STORYMIRROR

Bulu Behera

Children

3  

Bulu Behera

Children

ଯାହାକୁ ଯେମିତି ବାସନା କେମିତି

ଯାହାକୁ ଯେମିତି ବାସନା କେମିତି

1 min
216


ଯାହାକୁ ଦେଖିଲେ ଆଖି ଯାଏ ମୋ ଲାଖି

          ଯାହାର କୋମଳ ଆକର୍ଷଣରେ,

ଯାହାକୁ ଦେଖିଲେ ଭୁଲି ହୁଅନି ମନୁ

          ତାହାର ଉତ୍କୃଷ୍ଟ ସଉରଭରେ l (1)


ଚୁମ୍ବକ ଯେପରି ନିଜ ଆଡକୁ ଟାଣେ

           ଲୁହା, ଟିଣ ଆଦି ଯେ ପଦାର୍ଥକୁ,

ସୂର୍ଯ୍ୟ ସେହିପରି ଆକର୍ଷଣ କରନ୍ତି

           ମହାକର୍ଷଣରେ ଗ୍ରହଗୁଡିକୁ l(2)


ଛୁଇଲେ ତାହାକୁ ଲଗାଇ ଯେ କୋମଳ

           ପୁଲକ ଆଣେ ସବୁରି ଜୀବନେ,

ବିଧାତା କିପରି କରିଛନ୍ତି ଯେ ସୃଷ୍ଟି

           ଭାବିଲେ ବିଶ୍ୱାସ ହେଉନି ମନେ l (3)


ବାଳିକାମାନେ ତୋଳି ଆଣନ୍ତି ଯତନେ

           କେଶରେ ଲାଗନ୍ତି ଯେ ଗୁନ୍ଥି କରି,

କି ଅନୁପମ ଦେଖାଯାଆନ୍ତି ସେମାନେ

           ଆକାଶେ ଫୁଟିଥିବା ଫୁଲ ପରି l(4)


କେତେବେଳେ ଥାଏ ସେ ଝିଅଙ୍କ କେଶରେ

           କେତେବେଳେ ଦେବତାଙ୍କ ଗଳାରେ,

କେତେବେଳେ ଥାଏ ତରୁଲତା ଡାଳରେ

           କେତେବେଳେ ଭାସିଥାଏ ଜଳରେ l (5)


ଭ୍ରମର, ମହୁମାଛି ଉଡି ବୁଲୁଥାନ୍ତି

           ସଂଗ୍ରହ କରିବା ପାଇଁ ଯେ ମଧୁ,

ଯିଏ ପାନ କରିଅଛି ସେହି ରସକୁ

           ଭୁଲିପାରିବନି ତାର ସୁସ୍ୱାଦୁ l (6)


ଧନ୍ୟ ତୋର ଜୀବନ, ଧନ୍ୟ ତୋର ମହାନ

           ଧନ୍ୟ ଧନ୍ୟ ଏ ସାରା ସଂସାରରେ,

ହେଉ ମୋର ଜୀବନ, ତୋ ପରି ସମାନ

            ଭଗବାନଙ୍କୁ ମୁଁ ପ୍ରାର୍ଥନା କରେ l (7)


ଯାହାକୁ ଯେମିତି ବାସନା ଯେ କେମିତି

            ଯିଏ ଶୁଙ୍ଘିଛି ତ' ସିଏ ଜାଣିଛି,

କି ମନୋହର ଦିଶେ ରୂପ ତାର

            ଯିଏ ଧରିଅଛି ସିଏ ପାଇଛି l (8)


ସଭିଁଏ ଜାଣିଅଛ ନାମଟି ତାହାର

            କିଏ ପାରିବରେ ପିଲେ କହି,

ବ୍ରାହ୍ମଣ ଠାରୁ ଯେ ଚଣ୍ଡାଳ ପର୍ଯ୍ୟନ୍ତ

            ସବୁଠେ ମୂଲ୍ୟବାନ ଅଟେ ସେହି l (9)

   



Rate this content
Log in

Similar oriya poem from Children