ଆକାଶେ ଘନ ମେଘ
ଆକାଶେ ଘନ ମେଘ
ସୁନୀଳ ଆକାଶେ ଯେବେ
ଘନ ମେଘ ଘୋଟି ଆସେ
ପ୍ରକୃତିରେ ଏକ ଅପୂର୍ବ
ଚଞ୍ଚଳତା ସଂଚରେ ଦଶ ଦିସେ l
କବି ଟିଏ ଭାବନାରେ
ହଜି ସୁନ୍ଦର ସୃଷ୍ଟି ରଚେ
ଆନନ୍ଦେ ବିଭୋର ଚାଷୀ
ମୟୂର ପୁଚ୍ଛ ମେଲି ନାଚେ l
ଓଳି ତଳେ ବଢ଼ଇ
ଗହଳି ଚହଳି ବାଳୁତଙ୍କ ମେଳରେ
କାଗଜ ଡଙ୍ଗା ନାଚଇ
ତରଙ୍ଗେ ପବନ ବହଇ ଧୀରେ l
ରୁଣୁଝୁଣୁ ସୁରେ ବର୍ଷା
ଗଗନୁ ଯେବେ ଝରି ଯାଏ
ସୁନ୍ଦର ପ୍ରାସାଦେ ମଧ୍ୟେ
ଚାହା ପକୁଡିର ଆସର ଜମିଯାଏ l
ହୃଦୟେ କାହାର ବଢାଏ
କମ୍ପନ ବର୍ଷାର ମୂଷଳ ଧାରା
ଭଙ୍ଗା ଚାଳରେ ଗଳିତ ବିନ୍ଦୁକୁ
ସାଉଣ୍ଟୁ ବିତିଯାଏ ରାତି ସାରା l
ପେଟର ନିଆଁକୁ ଶାନ୍ତ
କରିବାକୁ ଚୁଲିରେ ଧରୁନି ନିଆଁ
ଆଖିର ତତଲା ଲୁହ
କହେ ନିର୍ଦୟ ହେଉ କିଆଁ l।