STORYMIRROR

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ମୁକ୍ତି ପଥ

ମୁକ୍ତି ପଥ

1 min
171



ଉପର ଉପର ଦୁଇ ଶବଦରୁ

ଗୋଟିଏ ପଢ,

ବସିବା ବେଳରେ ବଙ୍କା ନୁହେଁ

ପିଲେ ସିଧାବସ ।


ରୁମାଲ ରଖିବ ସଫାସୁତର

ହାତ ହୋଇବ ପୋଛା,

ଆଁ ନକରିବ ପାଟିକୁ ମେଲାଇ

ନହେଲେ ଭାବିବେ ବୋକା ।


ପ୍ରଥମ ଧାଡ଼ିର ଶବଦ ଗୋଟିକୁ

 ଭାବ ମନଧ୍ୟାନ ଦେଇ,

ଦୁଇରୁ ଚାରି ପ୍ରଥମ ଅକ୍ଷର

ଯୋଡ ମୋ ସୁନା ଭାଇ ।


ନୁହଁ ଏ ଅଙ୍କ କି ଅବା ସାହିତ୍ୟ

ଧୂଳି କଣା ମୋ ସ୍ୱର୍ଗ,

ସିଏ ତ ଜୀବନ ମୋ ମୁକ୍ତି ପଥ

କର୍ମ ଧର୍ମ ମୋକ୍ଷ ମାର୍ଗ ।


କୁହେଳିକା ହେଉ ଦୂର

ସିଏ ମୋର ଗାଆଁ ସିଏ ମୋର ମାଆ

ଉପର ବରୁଆଁ ନାମ

ଶବ୍ଦଧନ୍ଦାର ଉତ୍ତର ।

   ----------------



Rate this content
Log in

Similar oriya poem from Inspirational