Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Inspirational Children

3  

sumanta behera

Inspirational Children

ପିପିଲିକା

ପିପିଲିକା

1 min
213


ସଂସାରରେ ଦେଖ ଅତି କ୍ଷୁଦ୍ର ଜୀବ

   ପିପିଲିକା ନାମ ତା'ର ।

ହରଷ ମନରେ କାର୍ଯ୍ୟ କରୁଥାଏ

   ହୋଇ ସଦା ତତପର ।।


ଝଡି ବରଷାକୁ ଭୟ ତା' ନଥାଏ 

   ଖାଦ୍ୟର ସଙ୍କଟ ପାଇଁ ।

ବର୍ଷା ଦିନ ହେବା ଆଗରୁ ଖାଦ୍ୟକୁ

    ସାଇତି ରଖନ୍ତି ନେଇ ।।


ଭାରି ଶୃଙ୍ଖଳିତ ଜୀବନ ତାଙ୍କର

   ଧାଡି ବାନ୍ଧି ସଦା ଯା'ନ୍ତି ।

ଦୁଇ ଚାରି ଜଣ ମିଶି ବଡ଼ ଖାଦ୍ୟ

   ବୋହି ଧରି ଆସିଥାନ୍ତି ।।


ପ୍ରଥମେ ଆଘାତ କାହାକୁ କେବେ ବି

   ସେମାନେ କରନ୍ତି ନାହିଁ ।

ଆଘାତ ପାଇଲେ ଆଘାତ କରନ୍ତି

   ଏକତାର ବଳ ନେଇ ।।


ସଂସାରର ଶ୍ରେଷ୍ଠ ହେ ଜୀବ ମାନବ

   ତାଙ୍କ ଠାରୁ କିଛି ଶିଖ ।

ହେଲେ ମଧ୍ୟ କ୍ଷୁଦ୍ର ଆମକୁ ଅନେକ

   ଦେଉଛନ୍ତି ଶିକ୍ଷା ଦେଖ ।।


Rate this content
Log in

Similar oriya poem from Inspirational