କାଳିଆର ରଥ ଯାତ
କାଳିଆର ରଥ ଯାତ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ବଡ଼ଦାଣ୍ଡେ ଦେଖ ଶୋହେ ତିନି ରଥ
ବିରାଯିବେ ବୋଲି ପ୍ରଭୁ ଜଗତର ନାଥ l
ଭକତ ତାରଣ ପାଇଁ ମନ୍ଦିରୁ ବାହାର
ଝୁଲି ଝୁଲି ଆସେ କାଳିଆ ଠାକୁର l
ଭାଇ ଭଉଣୀ ଘେନି ପହଣ୍ଡି ବିଜେ
ଭକତ ମେଳରେ ଢଳି ଆସୁଛି ସଜେ l
ଭୁବନ ମୋହନ ରୂପ ଦେଖି ନୟନ
ଶତ ଦୁଃଖ ଶୋକ ପାଶୋରେ ମନ l
ଭକତ ଭିଡରେ ଆନନ୍ଦେ ଉଛୁଳେ ବଡ଼ଦାଣ୍ଡ
ରଥ ଟାଣିବେ ବୋଲି ସଭିଏଁ ରୁଣ୍ଡ l
ଘଣ୍ଟ ଘଣ୍ଟା ନାଦେ ନୃତ୍ୟ ଛନ୍ଦେ
ମଗନେ ନାଚନ୍ତି ଦେଖ ଭକତ ବୃନ୍ଦେ l
ମନ୍ଦ ମନ୍ଦ ହସି ରଥେ ବସିଛି
ଦୁଇ ଭୁଜ ଟେକି ଭକତଙ୍କୁ ଡାକୁଛି l
ଭକତ ଭଗବାନ ର ଅପୂର୍ଵ ମିଳନ
ପାପ ତାପ ନାସେ ସେ ଜଗମୋହନ l