ବର୍ଷା
ବର୍ଷା
1 min
9
କେବେ ଟୁପ ଟାପ ତ କେବେ ଝର ଝର
ଆକାଶରୁ ଆସି ଧରାରେ ହୁଏ ପତିତ
ପ୍ରକୃତି ରାଣୀ ହୁଏ ମୁଖରିତ
ପାଦପ ଗଣ ଧ୍ୟାନ ରତ ଯୋଗୀ ପରି
ବର୍ଷା କୁ ବିମୁଗ୍ଧ ହୋଇ କରନ୍ତି ସ୍ୱାଗତ
ଶୁଷ୍କ ସରସୀ, ସରିତ ହୁଏ ପରିପୂର୍ଣ୍ଣ
ସରସୀ କୋଳେ ନଳିନୀ ଖେଳେ
ସରିତ ବକ୍ଷେ ନାବ ନୃତ୍ୟ ରତ
ଅସରାଏ ବର୍ଷା ରେ କୃଷକ ଆନନ୍ଦିତ
ଶସ୍ୟ ଶ୍ୟାମଳିମା ରେ ପୁରି ଉଠିବ କ୍ଷେତ
ଜଳ ଚର ମଣ୍ଡୁକ ଯେ ହୋଇ ଉନ୍ମତ
ଆକାଶ କୁ ଚାହିଁ କହେ ହେ..ବାରିଦ
ଆହୁରି ଢାଳି ଦିଅ ବାରି ଅମୃତ ।