STORYMIRROR

Jayashree Maharana

Children

3  

Jayashree Maharana

Children

ଆଜି ସରସ୍ୱତୀ ପୂଜା

ଆଜି ସରସ୍ୱତୀ ପୂଜା

1 min
188

ଆଜି ସରସ୍ୱତୀ ପୂଜା

ଗାଧୋଇ ପାଧୋଇ ନୂଆ ଜାମା ନାଇ

ସଜ ହୋଇଲାଣି ଲିଜା ।


ଭୋଗଥାଳି ହାତେ ଧରି

ଭାଇକୁ କହୁଛି ଆସ ତୁ ଜଲଦି

ପୂଜା କାଳେ ଯିବ ସରି ।


ନଡ଼ିଆ କଦଳୀ ସାଥେ

ଅଙ୍ଗୁର କମଳା ସେଓ ସଜାଡ଼ିଛି

ଖୁସୀମନେ ନିଜ ହାତେ ।


ସକାଳୁ ତୋଳିଛି ଫୁଲ

ଟଗର ,ମନ୍ଦାର, ମଲ୍ଲୀ ,କନିଅର

ଗୁନ୍ଥିଅଛି ସିଏ ମାଳ ।


ଭାଇର ହାତକୁ ଧରି

ସ୍କୁଲରେ ପହଞ୍ଚି ପୂଜିଲା ମାଆକୁ

ଖୁସିରେ ମୁଣ୍ଡିଆ ମାରି ।


କହିଲା ଦିଅ ମା' ବର

ପାଠଶାଠ ପଢି ନାଆଁ ମୁଁ ରଖିବି

ମୋର ବାପା ବୋଉଙ୍କର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children