ଆଜି ସରସ୍ୱତୀ ପୂଜା
ଆଜି ସରସ୍ୱତୀ ପୂଜା
ଆଜି ସରସ୍ୱତୀ ପୂଜା
ଗାଧୋଇ ପାଧୋଇ ନୂଆ ଜାମା ନାଇ
ସଜ ହୋଇଲାଣି ଲିଜା ।
ଭୋଗଥାଳି ହାତେ ଧରି
ଭାଇକୁ କହୁଛି ଆସ ତୁ ଜଲଦି
ପୂଜା କାଳେ ଯିବ ସରି ।
ନଡ଼ିଆ କଦଳୀ ସାଥେ
ଅଙ୍ଗୁର କମଳା ସେଓ ସଜାଡ଼ିଛି
ଖୁସୀମନେ ନିଜ ହାତେ ।
ସକାଳୁ ତୋଳିଛି ଫୁଲ
ଟଗର ,ମନ୍ଦାର, ମଲ୍ଲୀ ,କନିଅର
ଗୁନ୍ଥିଅଛି ସିଏ ମାଳ ।
ଭାଇର ହାତକୁ ଧରି
ସ୍କୁଲରେ ପହଞ୍ଚି ପୂଜିଲା ମାଆକୁ
ଖୁସିରେ ମୁଣ୍ଡିଆ ମାରି ।
କହିଲା ଦିଅ ମା' ବର
ପାଠଶାଠ ପଢି ନାଆଁ ମୁଁ ରଖିବି
ମୋର ବାପା ବୋଉଙ୍କର ।