ବଇରୀ.. ବର୍ଷା
ବଇରୀ.. ବର୍ଷା
କେଜାଣି ତାର ସେ
ରୁନଝୁନ ସ୍ୱର ମୋତେ
ଭାରି ଅସ୍ତ ବ୍ୟସ୍ତ କରେ....
ଆକାଶ ରୁ ଯେବେ ସେ
ଅମାନିଆ ନାୟିକା ପରି
ଝର ଝର ହୋଇ ବରଷେ
ମନ ଆନମନା କରେ.....
କୃଷ୍ଣ କବରୀ ରେ ତାର
ବିଜୁଳି ଆଲୋକ ଝଲସେ
ଚଞ୍ଚଳ, ଚପଳା ପ୍ରେମିକା ଟି
ପରି ମନ୍ଦ ମନ୍ଦ ହସେ
ହୃଦୟ ହୁଏ କ୍ଷତାକ୍ତ, ତାର
ସେଇ କ୍ରୁର ପ୍ରହାରେ....
ଶୀତଳ ପରସେ ଦିଏନା
ତା ପହିଲି ଛୁଆଁ ଯେବେ
ଅଙ୍ଗେ ମୋର ବିନ୍ଦୁ ବିନ୍ଦୁ
ହୋଇ ତନୁ ଦିଏ ଭିଜେଇ
ମନ ଦହିତ ହୁଏ କେଉଁ ଦହନରେ....
କାନ୍ତ କୋମଳ ସବୁଠୁଁ ଶୀତଳ
ଯିଏ ଏ ଜଗତ ପାଇଁ
ମୋହ ପାଇଁ କିଆଁ ସାଜଇ
ବଇରୀ...ଏଇ ବର୍ଷା..।।