ବନ୍ଧୁ ଅଟବୀ
ବନ୍ଧୁ ଅଟବୀ
ଅଟବୀ ସାହାଯ୍ୟ କରଇ ଆମକୁ
ବନ୍ଧୁ ପରିଚୟ ଦେଇ ।
ନିଜ ଜୀବନକୁ ଉତ୍ସର୍ଗି ଦିଏ ସେ
ମାନବଙ୍କ ସେବା ପାଇଁ ।।
ସଠିକ୍ ସମୟେ ବର୍ଷା ହେବା ପାଇଁ
ସାହାଯ୍ୟ କରଇ ବନ ।
ବନ ଜାତ ଦ୍ରବ୍ୟ ବିକ୍ରି କରି ଆଜି
ମାନବେ ଲଭନ୍ତି ଧନ ।।
ଶ୍ୱାସ କ୍ରିୟା ପାଇଁ ଅତିଦରକାରୀ
ଅମ୍ଳଜାନ ବାଷ୍ପ ଟିକ ।
ବୃକ୍ଷ ଅଛି ବୋଲି ପାଉଛନ୍ତି ଆମେ
ନଚେତ କରନ୍ତେ ଶୋକ ।।
ବ
ଡ ବଡ ଗୃହ ଅଟ୍ଟାଳିକା ମାନ
ନିର୍ମାଣ କରିବା ପାଇଁ ।
ଅରଣ୍ୟ ସାହାଯ୍ୟ କରଇ ଆମକୁ
ତାହାରି ଦ୍ରବ୍ୟକୁ ଦେଇ ।।
ଜଙ୍ଗଲରୁ ଜାତ ଅନେକ ଫଳକୁ
ବଞ୍ଚନ୍ତି ମାନବେ ଖାଇ ।
ବାୟୁ ତାପମାତ୍ରା ନିୟନ୍ତ୍ରିତ ହୁଏ
ବନ୍ଧୁ ଅଟବୀର ପାଇଁ ।।
ଧନ୍ୟ ତୁମେ ବନ୍ଧୁ ମାନବ ଗଣଙ୍କ
ଧନ୍ୟ ତୁମ ବନ୍ଧୁ ପ୍ରେମ ।
ବନ୍ଧୁଙ୍କ ନିମନ୍ତେ ଆନନ୍ଦ ଚିତ୍ତରେ
କରୁଅଛ ଏତେ କାମ ।।