କଳା ମେଘ
କଳା ମେଘ
କଳା ଘୁମର କବରୀ ସଜେଇ
ଦୂର ପାହାଡ଼ କୋଣୁ ଆସେ ଘନେଇ
ତାହାରି କୋଳେ ଚପଳ ଖେଳେ
ଝଲସି ଉଠେ ଏ ସମଗ୍ର ମହୀ ।
ଚାହୁଁ ଚାହୁଁ ଅନ୍ଧକାର ଘୋଟି ଯାଏ
ବଜ୍ର ନାଦରେ କମ୍ପି ଉଠେ ଧରଣୀ
ପ୍ରଖର ବେଗରେ ବହେ ପବନ
ପାଦପ ଗଣେ ଅସ୍ଥିରେ ଭୂଇଁରେ ଲୋଟଇ ।
ରୂପବତୀ, ମଧୁମତୀ, ଋତୁମତି ବର୍ଷା
ଯେବେ ପ୍ରଳୟଙ୍କରି ରୂପ ଗୋଟା ବହଇ
ଅବିଶ୍ରାନ୍ତ ବାରି ଧାରା ଗଗନୁ
ପ୍ରବଳ ବେଗରେ କି ଝରି ଆସଇ ।
ଚାହୁଁ ଚାହୁଁ ପରି ପୂର୍ଣ୍ଣ ହୁଏ
ନଦୀ ନାଳ କୂଳ ସେ ଲଂଘଇ
କଲ୍ୟାଣ କାରିଣୀ ସଂହାର କାରିଣୀ
ଯେବେ ରୂପକୁ ବହି ସବୁ ନାଶଇ ।