ଉଡନ୍ତା ପକ୍ଷୀ
ଉଡନ୍ତା ପକ୍ଷୀ
ମୁଁ ଶିଶୁ ଟିଏ
କାଲି ର ଭବିଷ୍ୟତ
ମୁଁ କଞ୍ଚା ମାଟିର ପିଣ୍ଡୁଳା ଟିଏ
ମୋତେ ସଂସ୍କାର ଭରି ଗଢ ଟିିିକିଏ
ମୁଁ ସରଳ,ଅଝଟିଆ
ଅମାନିଆ ଛୁଆ ଟିଏ
ମୁଁ କପଟିଆ,ଛଳନାଠୁ
ଦୂର ରେ ରୁହେ
ମୋତେ ଚୁଲବୁଲି ନଟଖଟିଆ
ଧନ କୁନି ମୁନି ଡାକିଥାଅ
ମୋର ଗୁଲୁରୁ ହସ ଠୁକୁ ଠୁକୁ ଚାଲିରେ
ତୁମେ ମାନେ ମଜିଯାଅ
ମୋ ଥୁୁୁକୁ ଥୁକୁ କଥାରେ
ତୁମ ମନ ମୋହି ଥାଏ
ମୋର ହସ ମିଠା କଥାରେ
ତୁମ ପେଟ ପୂରିଯାଏ
ମୁଁ ଶିଶୁ ଟିଏ
କାଲି ର ଭବିଷ୍ୟତ
ମୁଁ ମାଟି ପିଣ୍ଡୁଳା ଟିଏ
ମୋତେ ସଂସ୍କାର ଭରି ଗଢ ଟିକିଏ ମୁଁ ଶିଶୁ ଟିଏ
ମୁଁ ଶିଶୁ ଟିଏ
କାଲିର ଭବିଷ୍ୟତ ତାରା
ମୋତେ ସତ୍ୟ ନିଷ୍ଠ ମମତା କୁ ଧରି
ସବଳ କରି ଗଢରେ ଭଲା
ମୁଁ ସୁସ୍ଥ ହେଲେ
ସମାଜ ହେବ ସୁସ୍ଥ
। ମୋରି ହାତରେ ରହିଛି
ଆମ ଦେଶର ଟେକ
ମୁଁ ଶିଶୁ ଟିଏ , କାଲିର ଭବିଷ୍ୟତ
ମୁଁ ମାଟି ମାଣ୍ଡୁଟିଏ
ମୋତେ ଭଲରେ ଗଢ ଟିକିଏ
