STORYMIRROR

BULU BEHERA

Children

3  

BULU BEHERA

Children

ପୃଥିବୀ ଠାରୁ ବଡ କିଏ ?

ପୃଥିବୀ ଠାରୁ ବଡ କିଏ ?

1 min
170

ପୃଥିବୀ ଠାରୁ ବିରାଟ ଯିଏ

     ଧରିଛି ଆମକୁ କୋଳେ,

ଛୋଟରୁ ବଡ କରିଛି ସିଏ

     ତାହାରି ଉଲ୍ଲାସ ଭୋଳେ l(1)


ଲାଳନପାଳନ କରୁଛି ଯିଏ

       ତାହାରି କ୍ଷୀର ପିଆଇ,

ଚାଲି ଶିଖାଏ ଯେ ହାତ ଧରି

       ଗାଲକୁ ଚୁମ୍ବନ ଦେଇ l (2)


କାନ୍ଦିଲା ବେଳେ ଦିଏ ତୁନେଇ

       ହାତରେ ଦିଏ ଖୁଆଇ,

ରୋଗ ହୋଇଲେ ରାତିରେ ସିଏ

       ଉଜାଗରେ ଥାଏ ରହି l (3)


କାଖରେ ଧରି ସିଏ ଆମକୁ

       ଜହ୍ନମାମୁଁଙ୍କୁ ଦେଖାଏ,

ଅଝଟ ହେଲେ କୋଳକୁ ନେଇ

      ନାନା ବାୟା ଗପ କହେ (4)


ଶୁଆଇ ଦିଏ ନେଇ ପଲଙ୍କେ

      ପେଟକୁ ସେ ଥାପୁଡାଇ,

ଶୋଇ ପଡରେ ମୋ ଧନମାଳୀ

      ବାୟା ତୋତେ ଯିବ ନେଇ l (4)


କିଏ ଜାଣିଛ ତାର ନାମଟି

      ତା' ବିନା କେ ସାହା ନାହିଁ,

ସିଏ ଆମର ଅତି ନିଜର

      ସବୁଠାରୁ ବଡ ସେହି l (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children