ପୂର୍ବାପର୍ବ
ପୂର୍ବାପର୍ବ
ମହାଭାରତୀୟ ବୀର ମହାବଳ
ପାଇକ କ୍ଷତ୍ରିୟ ସିଂହ ଶାର୍ଦ୍ଦୂଳ
ହୁସିଆର ହୁଅ ସାବଧାନ !
ସାବଧାନ !!
ଶାନ୍ତି ମିତ୍ରତାର ଚୁକ୍ତିକୁ ଭାଙ୍ଗି
ଚାଇନା କରୁଛି ବିଶ୍ୱାସଘାତ
ମନ୍ଦ ହୀନବଳ ନେପାଳ ଏକତ୍ର
ଶତୃ ବି ପାକିସ୍ତାନ ।
ହୁସିଆର......
ତେଜୋଦୀପ୍ତ ଶ୍ରେଷ୍ଠ ମୋ ଦେଶ ଭାରତ
ବିଶ୍ଵ ଶାନ୍ତି ପାଇଁ ସଦା ସମର୍ପିତ
ଜ୍ଞାନ ବିଜ୍ଞାନ ଓ ପ୍ରଗତି ଲକ୍ଷ୍ୟେ
ବନ୍ଧୁ ବନ୍ଧୁତା କୁ ଦିଏ ସମ୍ମାନ ।
ହୁସିଆର........
ସାଧିବାକୁ ନୀଚ୍ଚ ସ୍ୱ।ର୍ଥ କୂଟନୀତି
ଦେଖାଉଛି ଆଖି ଅରାତି କପଟୀ
ସୀମା ସରହଦେ ବରଷୁଛି ଗୁଳି
ଜୈବ ଅଣୁଅସ୍ତ୍ର କରେ ସନ୍ଧାନ ।
ହୁସିଆର........
ହେବା ଆସ ଆମେ ଏକ ମନ ପ୍ରାଣ
ଶତୃ ଦେଶ ଦ୍ରବ୍ୟ କରିବା ବର୍ଜନ
ଜଳସ୍ଥଳନଭ କ୍ଷେତ୍ର ସୁରକ୍ଷାରେ
ରହିବା ସଜଗ କରିବା ରଣ ।
ହୁସିଆର........
ଉଷ୍ମ ରକ୍ତ ମୋର ଅହିଂସା ମନ୍ତ୍ର
ଧର୍ମ ସତ୍ୟ ଶାନ୍ତି ସଂସ୍ଥା ପନା ଲକ୍ଷ୍ୟ
ଯେତେ ବାଧାବିଘ୍ନ ମ୍ଳେଚ୍ଛ ନିବାରଣ
କୃତ ସଙ୍କଳ୍ପ ମୋ ସାର୍ବଭୈ।ମତ୍ୱ
ସୁରକ୍ଷା ଶ୍ରେଷ୍ଠ ଆହ୍ୱାନ ।
ହୁସିଆର ......