STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ଦୋଳ ଯାତରା

ଦୋଳ ଯାତରା

1 min
250

ଯାତରା ଯାତରା ଦୋଳ ଯାତରା

ଦିଅଁ ବୁଲୁଛନ୍ତି ଗାଁ ଟା ସାରା

ବାଟକୁ ତାଙ୍କର ଭକ୍ତ ଚାହିଁଛନ୍ତି

ଯତନେ ସଜାଡି ଭୋଗ ପସରା...

ବରଷକେ ଥରେ ଦେଉଳ ତେଜି

ଭକତ ଦୁଆରେ ଠାକୁର ଆଜି

ଅପୂର୍ବ ମିଳନ ଅପୂର୍ବ ଲିଳା

ଭାବ ଭକତିର ଲାଗଇ ମେଳା

କଣାଏ କରୁଣା ପାଇବାକୁ ବଣା

ବାହୁମେଲି ଭକ୍ତ ନାଚନ୍ତି ପରା...

ଖୋଳ କରତାଳ ପଡେ ଉଛୁଳି

ଗା ଦାଣ୍ଡେ ଆଜି ଭାରି ଗହଳି

ବାଜେ ଘଣ୍ଟ ଘଣ୍ଟା ଯୋଡି ମହୁରୀ

ସ୍ନେହ ଶରଧାର ମହକଭରି

ପରବ ନୁହେଁ ଏ ଗରବ ଆମରି

ଚଉଦିଗ ଲାଗେ ଚମକ ଭରା ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children