STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଆସିଛି ପବିତ୍ର ମାସ

ଆସିଛି ପବିତ୍ର ମାସ

1 min
385


ଥିଲାଟି ଅପେକ୍ଷା ଶିବଙ୍କ ପୂଜନେ

  ଆସିଛି ଶ୍ରାବଣ ମାସ,

ନେତ୍ରେ ସୋମବାରେ ଦିଶିବ ମନ୍ଦିର

  ଜଳାଭିଷେକର ଦୃଶ୍ୟ।


ମାସଟି ଏହୁରେ ଜଳାଭିଷେକର

  ଶିବଙ୍କର ଅଭିଷେକ,

ଶିବଙ୍କ ପୂଜନେ ମନ୍ଦିର ଗୁଞ୍ଜୁଛି

  ଭକ୍ତିର ଜଳାଭିଷେକ


ଶଶୁର ଘରକୁ ମହାଦେବଙ୍କର

  ଏହୁ ଆଗମନ ମାସ,

ଜଳାଭିଷେକ ଭି ହୁଏରେ ତାଙ୍କର

  ମର୍ତ୍ତ୍ୟରେ ଶ୍ରାବଣ ମାସ।


ମର୍ତ୍ତ୍ୟଲୋକ ବସି କରନ୍ତି ପୂଜନ

  ଅକର୍ମା ଦାନୀ ଚରଣ,

ନମଃ ଶିବାୟର ଗୁଞ୍ଜନ ମର୍ତ୍ତ୍ୟରେ

  ସୋମବାର କଥା ଶୁଣ।


କାଉଁରି ର ଭାର ବୋହି ଥିବେ ଭକ୍ତ

  ଗୁଞ୍ଜୁ ଥିବ ବମ୍ ଭୋଲେ,

ଶିବମୟ ହେବ ମର୍ତ୍ତ୍ୟ ଭୁଇଁ ପରା

  ନମଃଶିବାୟର ବୋଲେ।


ଶ୍ରାବଣ ମାସରେ ସମୁଦ୍ର ମନ୍ଥନ

  ଦେବାସୁର କରିଥିଲେ,

ଘୂର୍ଣ୍ଣନରୁ ବିଷ ବାହାରିଲା ଯହିଁ

  ପାନ ମହାଦେବ କଲେ।


ଜଗତ କଲ୍ୟାଣେ କଲେ ବିଷପାନ

  ନାମ ମହେଶ୍ବର ତାଙ୍କ,

ପାପୀଙ୍କର ଶତ୍ରୁ ଭକ୍ତଙ୍କର ବନ୍ଧୁ

  ନାମ ମହାଦେବ ତାଙ୍କ।


ଶ୍ରାବଣ ମାସରେ ବିଷ୍ଣୁଙ୍କର ନିଦ୍ରା

  ଶାସ୍ତ୍ରରେ ବର୍ଣ୍ଣିତ ଏହୁ,

ଅକର୍ମା ଦାନୀଙ୍କ ମର୍ତ୍ତ୍ୟେ ଆବିର୍ଭୂତା

  ମାସ ଟି ପବିତ୍ର ଏହୁ।


ମାର୍କଣ୍ଡୁ ଋଷିର ପୁତ୍ର ମାର୍କାଣ୍ଡେୟ

  ଥିଲା ତାଙ୍କ ଅଳ୍ପ ଆୟୁ,,

ଶ୍ରାବଣ ମାସର ଋଷିଙ୍କ ପୂଜନେ

  ହେଲାଟି ପୁତ୍ର ଦୀର୍ଘାୟୁ।


ପୂର୍ଣ୍ଣ ମନବାଞ୍ଛା ମାର୍କଣ୍ଡୁ ଋଷିର

  ଶିବଙ୍କ ପୂଜନେ ହେଲା,

ଅକର୍ମା ଦାନୀର ଦାନରେ ସମ୍ଭବ

  ପୁତ୍ରଟି ଦୀର୍ଘାୟୁ ହେଲା।


ଦେବଙ୍କର ଦେବ ମହାଦେବ ସେହୁ

  ସଂହାର କର୍ତ୍ତାଟି ଏହୁ,

ଅକର୍ମା ଦାନୀ ସେ ଭକ୍ତଙ୍କର ବନ୍ଧୁ

  କରନ୍ତି କରୁଣା ସେହୁ।


ମର୍ତ୍ତ୍ୟଲୋକେ ଆଜି ସଜ୍ଜିତ ମନ୍ଦିର

  ଗୁଞ୍ଜୁ ଅଛି ଶିବ ରାବ୍,

ଶଙ୍ଖ ହୁଳହୁଳି ମୃଦଙ୍ଗର ତାଳ

  ପଣ୍ଡିତର ମନ୍ତ୍ର ରାବ୍।


ଭକ୍ତିପୂର୍ଣ୍ଣ ଧରା ଶିବଙ୍କ ଗୁଞ୍ଜନେ

  ମର୍ତ୍ତ୍ୟେ ଆଜି ଆବିର୍ଭାବ,

କଲ୍ୟାଣ କରିବେ ଭକ୍ତଙ୍କୁ ତାଙ୍କର

  ମର୍ତ୍ତ୍ୟେଗୁଞ୍ଜେ ଭକ୍ତି ରାବ୍।


ପ୍ରେମ ଭକ୍ତି ଶ୍ରଦ୍ଧା କରି ସମର୍ପଣ

  କଲେ ମହାଦେବ ପୂଜା,

ମନବାଞ୍ଛା ପୂର୍ଣ୍ଣ କରନ୍ତି ଭକ୍ତରେ

  ଶିବଙ୍କ ଶ୍ରାବଣେପୂଜା।


ସମ୍ପର୍କର ହାତ ଧରିଣ ପୂଜନ

  ଶିବେ ପ୍ରେମ ଶ୍ରଦ୍ଧାଦେଇ,

ବହିବା କାଉଁରି ସମ୍ପର୍କରେ ତହିଁ

  ଶିବଙ୍କ ପୂଜନେ ଭାଇ।


ମନୁଷ୍ୟ ଜୀବନ ଭକ୍ତିରେ ଜଡ଼ିତ

  ଜୀବନ ଯାତ୍ରାରେ ତହିଁ,

ଦୁର୍ଲ୍ଲଭ ଜୀବନ ନୁହେଁ ଚିରସ୍ଥାଇ

  ନଦୀ ତୀରେ ଯିବା ଯହିଁ।  

  


Rate this content
Log in

Similar oriya poem from Abstract