STORYMIRROR

ଦୀପଙ୍କର ଦାସ

Inspirational Children

4  

ଦୀପଙ୍କର ଦାସ

Inspirational Children

ଆଶୀର୍ବାଦ

ଆଶୀର୍ବାଦ

1 min
408

ମୁଁ ତୁମ କବିତାର ମଧୁରତା

ତୁମ ଉପନ୍ୟାସର ରହସ୍ୟ

କାହାଣୀର ରମାଞ୍ଚ ହେବାକୁ ଚାହେଁ।

ମୁଁ ତୁମ କବିତାର କେଉଁ ଏକ ସୁନ୍ଦର

ପଙ୍କ୍ତି ହେବାକୁ ଚାହେଁ

ଯାହାକୁ ତୁମେ କେତେ କଳ୍ପନା ଦେଇ

କେତେ ସୁନ୍ଦର ସଜେଇଛ

ତୁମ ଉପନ୍ୟାସ ର ଅନ୍ତହୀନ

ଯବନିକା ହେବାକୁ ଚାହେଁ

ଯାହାକୁ ପଢ଼ି ପାଠକର ଇଚ୍ଛା ହେବ

ଆଗକୁ ଆଉ କଣ ହେଇପାରିବ

ସେ ସୁନ୍ଦର ଭାବନା ଟିଏ ହେବାକୁ ଚାହେଁ

ତୁମ କାହାଣୀର ସମାପ୍ତ ଚିହ୍ନ ହେବାକୁ ଚାହେଁ

ଯେଉଁ କାହାଣୀକୁ ତୁମେ ତୁମ

ଜୀବନ ସହ ଯୋଡ଼ି ଭାବନାରେ ବାନ୍ଧି

ମୋତେ ବାରମ୍ବାର ଭେଟି ଦେଇଛ

ତୁମ କଳ୍ପନା ହେଇ କାଗଜରେ

ଝରି ବାକୁ ଚାହେଁ

ତୁମ ଲେଖନୀ ହୋଇ ତୁମ

ସୁନ୍ଦର୍ ସୁନ୍ଦର ଆଙ୍ଗୁଳିରେ ହଜିବାକୁ ଚାହେଁ

ଯେବେ ଭାବୁଥିବ ଲେଖନୀକୁ ପାଟିରେ ନେଇ କାମୁଡିଵ

ତୁମ ସୁନ୍ଦର ଓଠର ସେ ମିଠା ଆଘାତ ହେବାକୁ ଚାହେଁ

ମୁଁ ତୁମ ଲେଖାର କାଗଜ ଟିଏ ହେବି

ଯେବେ ପାଠକ ମାନେ ଅଙ୍ଗୁଳି ଥାପି ଥାପି

ପଢ଼ୁଥିବେ ମୁଁ ସେ ସ୍ପର୍ଶ ବାରି ବାକୁ ଚାହେଁ

ମୁଁ ପାଠକଙ୍କ ସୁନ୍ଦର ମତାମତ ହୋଇ

ତୁମକୁ ଆଗକୁ ବଢିବାର ପ୍ରେରଣା ଦେବାକୁ ଚାହେଁ

ମୁଁ ତୁମକୁ ଅନୁମତି ମାଗିବି ନାହିଁ

ଏ ସବୁ ହେବାକୁ କେବେ ଠୁ ହେଇ ସାରିଛି ସବୁ

ଯାହା ବି ହୁଏ ତୁମର ହେବାକୁ ଚାହେଁ

ମୁଁ ତୁମକୁ ଶେଷ ହୀନ ପ୍ରେମ ଆଉ ସମ୍ମାନ କରିଛି

ଆଜି ଆଶୀର୍ବାଦ ଟିଏ ଚାହେଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational