STORYMIRROR

Lokanath Rath

Tragedy Action Inspirational

4  

Lokanath Rath

Tragedy Action Inspirational

ଆଶାର ଅପେକ୍ଷା

ଆଶାର ଅପେକ୍ଷା

2 mins
415

କେବେ କେବେ କାହା ସଙ୍ଗେ ,ଏମିତି କିଛି ହୁଏ ,

ଅତୀତରେ ଲୁଚିଥିବା କିଛି ଅଧୁରା କାହାଣୀ ଦେଖା ଦିଏ |


ଜୀବନରେ ମଣିଷ ଦେଖଇ କେତେ ସପନ ,କରିବାକୁ ସତ

କିଛି ପୁରା ହୁଏ ,କିଛି ରହିଯାଏ ହୋଇ ଅତୀତ |


ସମୟର ସଙ୍ଗେ ସଙ୍ଗେ ,ବଢିଚାଲେ ମଣିଷ ବୟସ

କିନ୍ତୁ ,ଆଶାର ଅପେକ୍ଷା ,କେବେ ହୁଏ ନାହିଁ ଶେଷ |


ସେହି ଆଶାକୁ ମନରେ ଭରି ଦେଖେ କେତେ ସପନ

ତାକୁ ବହୁ ସୁନ୍ଦରେ ସଜାଏ ପୁଣି ଚଞ୍ଚଳ ମନ |


ଚଞ୍ଚଳ ମନ ସିଏ ,ଖାଲି ଉଡ଼ିବୁଲେ ଭ୍ରମର ପରି

କେବେ ସିଏ ହସେ ,ପୁଣି ହସାଏ କିରି କିରି |


କେବେ ପୁଣି କେଜାଣି କାହିଁକି ,ରହେ ଅପେକ୍ଷା କରି

ଲାଗେ ସତେ ବସିଛି ସିଏ ,ତାର ଇଛାକୁ ମାରି |


ପଚାରିଲେ କୁହେ ,ବସିଛି ଆଶାର ଅପେକ୍ଷାକୁ ସିଏ ଚାହିଁ ,

ଭରସା ଦେଇଛି ,ନିଶ୍ଚୟ ଆସିବ ସିଏ ମିଶିବା ପାଇଁ |


ଆଶାର ଅପେକ୍ଷା କରି ,ଅଧୁରା ରହିଛି କେତେ କାହାଣୀ ,

ବୁଝେ ନାହିଁ କିନ୍ତୁ ସେଇ ମନ ,ବଡ଼ ଅଭିମାନୀ |


ପିଲାବେଳ ବାଲିଘର ପରି ଲାଗେ ,ସେହି ଆଶାର ଅପେକ୍ଷା ,

ବହୁ ବାର କଥା ଦେଇ ,କରେ ନାହିଁ ତାକୁ ରକ୍ଷା |


ବେଳେ ବେଳେ ଲାଗେ ଆଶାର ଅପେକ୍ଷା ,କୁହୁଡି ପରି ,

ମୋହ ମାୟା ବନ୍ଧନକୁ ,ଦେଖି ସିଏ ଯାଏ ଡରି |


ଦୂରେ ଚାଲିଯାଏ ସେହି ଆଶାର ଅପେକ୍ଷା ପର କରି ,

ଲାଗେ ବଡ଼ ନିର୍ଦ୍ଦୟ ,ଆକାଶର କଳା ବାଦଲ ପରି |


ଯିଏ ଥିଲା ସାଥି ,ଦେଇଥିଲା କଥା ସବୁଦିନ ପାଇଁ ,

ସେହି ଆଶାର ଅପେକ୍ଷା ,ଯାଇଥିଲା ଏହି ହୃଦୟକୁ ଛୁଇଁ |


କିଛି ବାଟ ସାଥିହୋଇ ଚାଲୁ ଚାଲୁ ,ହାତ ଛାଡିଦେଲା ,

ଆଶାର ଅପେକ୍ଷା ମୋର, ଅଧା ହୋଇ ଅଧୁରା ରହିଲା |


ନେଇଗଲା ସିଏ ସାଥିରେ ,ତାର ସବୁ ସପନ ଚୋରାଇ ,

ଆଶାର ଅପେକ୍ଷାକୁ ମୋର ,ଏକ ଅଧୁରା କାହାଣୀ କରିଦେଇ।


ସେଥିପାଇଁ ଆଶାର ଅପେକ୍ଷା ଲୁଚିଥିଲା ଅତୀତର କେଉଁ କୋଣେ

ଏବେ ଖାଲି ସମୟକୁ ଦେଖି ,ବେଳେ ବେଳେ ଉଙ୍କିମାରେ |


ଦେଖି ସେହି ଅଧୁରା ଆଶାର ଅପେକ୍ଷାର କରୁଣ କାହାଣୀ ,

ଭାଙ୍ଗିଯାଏ ଏହି ମନ ,ହୁଏ ସିଏ ବଡ଼ ଅଭିମାନୀ |


ସତେକି କେବେ ପୁରିବ ଏହି ଅଧୁରା ଆଶାର ଅପେକ୍ଷା

ହୃଦୟ କହେ ମନକୁ ,ଦେବାକୁ ବାକି ଅଛି ପରୀକ୍ଷା ।


Rate this content
Log in

Similar oriya poem from Tragedy