STORYMIRROR

Ajaya kumar Jena

Abstract

4  

Ajaya kumar Jena

Abstract

ଆଶାର ଅନ୍ ଲାଇନ ଶିକ୍ଷା

ଆଶାର ଅନ୍ ଲାଇନ ଶିକ୍ଷା

1 min
209

ଫଗୁଣର ନିଃଷ୍ପ୍ରଭ ମଳୟ ସ୍ପର୍ଶେ

ଲୁଚିଲାଣି ପୃଥିବୀର ଇପ୍ସିତ ହସ

ଅନ୍ଧାରି ଗୁହାର ଚାରିକାନ୍ଥେ ,

ନିରବି ଗଲାଣି କୋଳାହଳ

ଜୀବନ କାନଭାସର ଚତୁର୍ଦ୍ଦିଗେ,

ଲଙ୍ଗଳା ସାଜିଲାଣି ବର୍ତ୍ତମାନ

ଦୁର୍ମିଳ ଦାନବର ଅଦୃଶ୍ୟ ଅତ୍ୟାଚାରରେ।


ଦେଖୁନ!

ବିକଳ ଆର୍ତ୍ତନାଦେ ତରଳି ଗଲାଣି

ପାଷାଣର ବଜ୍ର ହୃଦୟ,

ଶ୍ୱାସରୁଦ୍ଧ ହୋଇଗଲାଣି

ରାସ୍ତାଘାଟ,ଗଳିକନ୍ଦି ଗ୍ରାମରୁ ସହର,

ଆଉ ଶିକ୍ଷା ହୀନ ହୋଇଲେଣି

ଅଗଣିତ କୁନି କୁନି ସୁନେଲି ଭବିଷ୍ୟତ।


କୁହ ତ',

କେଉଁ ବିଶ୍ୱାସର ଚପଲ ପିନ୍ଧି

ଯୋଜନ ଯୋଜନ ବାଟ ଚାଲିବେ ସେମାନେ?

କେଉଁ ନିଶ୍ୱାସର ନିହାଣ ମୁନରେ

ଏ ଶତାବ୍ଦୀ ପାଇଁ ଗଢ଼ିଦେବେ

ଗଦା ଗଦା ନୂତନ ସୌଧ?

ଆଉ କେଉଁ ଆଶା କୁ ଆୟୁଧ କରି

ଲଢ଼ିବେ ସେ ଜୀବନ ଯୁଦ୍ଧ?


ସେମାନେ ସମସ୍ତେ,

ପିଲା ଠାରୁ ବୃଦ୍ଧ ଯାଏଁ ଅତ୍ୟାଚାରିତ

ଅଦୃଶ୍ୟ ଦାନବର ଶକ୍ତ ପ୍ରହାରରେ,

ତଥାପି ମୁଣ୍ଡ ନଇଁନି

କୋଟି କୋଟି ଚେତନା ଆଉ ଚିନ୍ତା,

ସେଥିପାଇଁ ତ'

ଭେଟିଦେଇଛି ଶିକ୍ଷାରେ ନୂତନତା,

ଆରମ୍ଭ ହୋଇଛି ଅନ୍ ଲାଇନ ଶିକ୍ଷା!


ହୋଇପାରେ ଆଜିନାହିଁ!

ଚାଟଶାଳୀର ସ୍ନେହ ଭରା ଚାଟ,

ବିଦ୍ୟାଳୟର ମୋହ ଭରା ଆତ୍ମୀୟତା,

ଆଉ କଲେଜ ଭିତରେ ସେ ଅଚିହ୍ନା କୋଳାହଳ।


ତଥାପି ବି,

ହାର୍ ମାନିନି ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ,

ବିଜ୍ଞାନର ଅଣ୍ଟା ଭିଡା ପ୍ରୟାସରେ

ଆଗେଇ ଚାଲିଛି ଆଶ୍ୱାସନାର ଅନ୍ ଲାଇନ ଶିକ୍ଷା,

ଭରିଦେବାପାଇଁ ସ୍ନେହ ଆଉ ଶ୍ରଦ୍ଧା

ଚାଲିଛି ଅଜସ୍ର ଚେଷ୍ଟା ଆଉ ପ୍ରଚେଷ୍ଟା,

ଯେଉଁଠି ସେମାନେ ଅହରହ ଆଙ୍କୁଛନ୍ତି

ନିଜ ନିଜ ସଫଳାତର ଅସ୍ପଷ୍ଟ ଚିତ୍ର

ନିରନ୍ତର ଅଛୁଆଁ ପେପର ଉପରେ .....!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract