STORYMIRROR

Kishore Nayak

Tragedy

4  

Kishore Nayak

Tragedy

"ଆଶା ଓ ମଣିଷ "

"ଆଶା ଓ ମଣିଷ "

1 min
27

ଜୀବନର ଏଇ ଚଲାପଥପରେ 

କେତେ ଆଶା ଏଠି ମନେ ଉଙ୍କିମାରେ 

କେତେଯେ ଭାବନା ସ୍ୱପ୍ନ ବିଜଡିତ 

ସବୁକି ଜୀବନେ ହୁଅଇ ପୂରିତ? 

ମରୀଚିକା ପଛେ ଧାଏଁ ଏ ମଣିଷ 

କୁହୁଡି ପିଇଲେ ମେଣ୍ଟିବକି ଶୋଷ? 

ବୟସ ଆୟୁଷ ଚାହୁଁ ଯାଏ ବିତି 

ଆଶା ରହିଯାଏ ଆଶାରେ ସେମିତି 

କିଏ ଦିଏ ଏଠି କେତେଯେ ପରୀକ୍ଷା 

ସମୟ କରେନି କାହାକୁ ଅପେକ୍ଷା 

ଆଶାତ ଅସୀମ ନାହିଁ ତା'ର ଶେଷ 

ଏ ଜୀବନେ ଭରେ ଖାଲି ଅବଶୋଷ 

କିଏ ପାଏ ଏଠି କେତେ ସଫଳତା 

ତଥାପି କାହିଁକି ରହେ ଅପୂର୍ଣ୍ଣତା? 

ମନେ ବାନ୍ଧି ଖାଲି ବିଶ୍ୱାସର ବସା 

ଚାଲିବାକୁ ହୁଏ ତଥାପି ସହସା 

ଜୀବନତ ଏଠି ଆଜିରେ ସୀମିତ 

କିଏ ଜାଣେ କାଲି ହେବ ଉପଗତ? 

ନିଜ ଆଖି ଏଠି ଚିହ୍ନେନି ନିଜକୁ 

ତଥାପି କାହିଁକି ପରଖେ ଅନ୍ୟକୁ? 

ହେ ଈଶ୍ୱର ତୁମ ଅସୀମର ସୀମା 

ଏ ମଣିଷ ଖୋଜେ ତା'ର ପରିସୀମା 

କରେ ପୁଣି ତୁମ ସାଥିରେ ଧୃଷ୍ଟତା 

ତୁମରି ଦାନରେ ବୋଲାଏ ସେ ଦାତା 

କେତେଯେ ଗରବ ଦମ୍ଭର ଛଳନା 

ଏ ମଣିଷ କରେ ନାହିଁ ତା' କଳନା 

ଜ୍ଞାନ-ଧନ ଗର୍ବେ ମାନୀ ପଣେ ଦାତା 

ପୌଣ୍ଡ୍ରକ ସମାନ ବୋଲାଏ ବିଧାତା 

ନବୁଝି ବଢାଏ ଚନ୍ଦ୍ରମାକୁ ହାତ 

ବୁଝେନି ଭାଗ୍ୟ ତା' କର୍ମରେ ସୀମିତ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy