STORYMIRROR

Ghanashyam Biswal

Abstract Others

3  

Ghanashyam Biswal

Abstract Others

ଆଶା ଦଉଡ଼ି

ଆଶା ଦଉଡ଼ି

1 min
194

ଜୀବନ ଏକ ଯାତ୍ରା

ଆରମ୍ଭ ହୁଏ ଏନ୍ତୁଡ଼ି ଶାଳରୁ

ଆଉ ଶେଷ ହୁଏ କୋକେଇରେ ଶବ ହୋଇ

ସ୍ୱର୍ଗଦ୍ୱାର ଯାଏ

ଯାତ୍ରା କରୁ କରୁ ଝୁଣ୍ଟିବାଟା ତ ସ୍ୱାଭାବିକ

ଦେଖିଥିବା ସୁନା ସପନ ସବୁ

ଡଷ୍ଟବିନରେ

ଅଲୋଡ଼ା ହେବାର ଅନୁଭବ ଵି ବେଶ ନିଆରା

ହୃଦୟରେ ଘର କରି

ବସା ବାନ୍ଧି

ଜୀବନ ସଜାଡ଼ି

ଜୀବନସାଥି ହେବାର ଶପଥ କରି

ଅଚିହ୍ନା ହୋଇ

ଅଧାବାଟେ ବାଟବଣା କରି

ପରଦେଶୀ ଚଢେଇ ପରି

ଉଡ଼ିଯିବାର ଅନୁଭବ ଆଉ ଵି ହୃଦୟସ୍ପର୍ଶୀ

ମିଛ ମରୀଚିକାକୁ

ସତସତିକା ଶାଗୁଆ ଫୁଲବଣ ଭାବି

ଅଣନିଃଶ୍ଵାସୀ ହୋଇ ଧାଇଁବା ଵି

ବେଶ ଅଭୁଲା


ଏବେ ଵି ସ୍ମୃତିସବୁ

ସାଉଁଟି

ଜିଇଁବାକୁ

ଆଉ

ଆଉଥରେ ଆଗକୁ ଦିପାଦ ବଢିବାକୁ

ସାହସ ଯୋଗାଏ

ସେଇ

ସୁଖ ଦୁଃଖର ସାଥି

ଆଶା ଦଉଡ଼ି l



Rate this content
Log in

Similar oriya poem from Abstract