STORYMIRROR

Chittaranjan Nanda

Abstract Classics Others

3  

Chittaranjan Nanda

Abstract Classics Others

ଆଶା, ଭିନ୍ନ ମଧ୍ୟେ ହେବ ଏକତା

ଆଶା, ଭିନ୍ନ ମଧ୍ୟେ ହେବ ଏକତା

2 mins
167


ଅତି ଯତନରେ ଫୁଲଟିଏ ଯେବେ ଫୁଟେ 

ଉଦ୍ୟାନ ଭିତରେ

ସରବେ ଦେଖନ୍ତି ତାର ଅପରୂପ ସୁନ୍ଦରତା

ଏଇ ସଂସାରରେ ।


ନିର୍ମଳ ପ୍ରଭାତ ହେଇ ପ୍ରତିଭାତ ତପନ 

ଯେବେ ଉ‌ଇଁ ଥାଏ,

ତାର ଗୁଣ ସରଳତା ଉଜ୍ଜ୍ବଳତାରେ ସମସ୍ତଙ୍କ 

ମନ ଫୁଲି ଉଠିଥାଏ ।


ସେପରି ଜନ୍ମରୁ ହିଂସା, ଦ୍ୱେଷ ଓ ଘୃଣା 

ନଥାଏ ଶିଶୁଟିଏର,

ନଥାଏ କାମନା, ବାସନା, ଓ ମୋହ 

ହୃଦୟରେ ତାହାର ।


ହୃଦୟେ ଆଦରତାରେ ଭରପୁର ଥାଏ 

ପ୍ରତ୍ୟେକ ମଣିଷର,

ଅନ୍ତର ତାର ପବିତ୍ର ତ ଥାଏ ସରବଙ୍କୁ 

ଲାଗେ ସୁଖର ସାଗର ।


ସଂସାରରେ ଅଛନ୍ତି କେତେ ପଶୁ, ପକ୍ଷୀ, 

କୀଟ ଅବା ତରୁ ଲତା,

ସମସ୍ତଙ୍କର ଅଛି ତ ଜୀବନ, ଏହା ପରା

ଗଢି ଅଛନ୍ତି ବିଧାତା ।


ଜୀବନେ ଭରିବ ବହୁ ବେଦନା, ବ୍ୟଥା 

ଓ ଆଉ କେତେ ଚିନ୍ତା,

କେବେ ହୁଅଇ ଅଛିଣ୍ଡା ଗଣିତ ତ କେବେ 

ପାଇବା ଅଡ଼ୁଆ ସୂତା ।


ଆମେ କୁହେ ସବୁଠାରୁ ଶ୍ରେଷ୍ଠ ଅଟଇ 

ମନୁଷ୍ୟର ଜୀବନ,

ଆମେ ଜନମ ହୋଇଛେ ପୂର୍ବରୁ ପାଇ 

କୋଟି କୋଟି ପୁଣ୍ୟ ।


ଜୀବନଟା କେବେ ଭସା ବାଦଲ, କେବେ 

ଅବା ପାଣି ଫୋଟକା,

କେବେ ଛଳ ଛଳ କଳ କଳ ନଈ କେବେ 

ପାଏ ମରୁ ମରୀଚିକା ।


ସଂସାର ସାଗରେ ନଉକା ଟେ ପରି  

ଜୀବନ ଟା ପରା ଏଠି,

ବିଶ୍ୱାସ ଓ ଧୈର୍ଯ୍ୟ ସହ ଆହୁଲା କରି

ପାରିଲେ ଝଡ଼ ସବୁ ଯାଏ କଟି ।


ଜୀବନର ବାଟ କେତେ ଖାଲ ଢିପ 

କେବେ କଣ୍ଟା କେବେ ଫୁଲ,

ଡରେ ନାହିଁ ଯିଏ ହାରେ ନାହିଁ ସିଏ 

ତା ଜୀବନ ପଥ ହୁଅଇ ଭଲ ।


ହୃଦୟରୁ ଛାଡ଼ି ଈର୍ଷା ,ରାଗ ,ରୋଷ 

ସ୍ନେହ ପ୍ରୀତି ଆପଣେଇବା,

ଜୀବନର ମନ୍ତ୍ର ଅଛି ରହି, ନିଜେ ବଞ୍ଚି 

ଆନକୁ ବଞ୍ଚାଇ ରଖିବା ।


ଦୁର୍ବଳତା, ଯୋଗୁ ପାଉଛେ ସବଳର 

ଦୁର୍ବଳେ ଅତ୍ୟାଚାରର ମାନଚିତ୍ର,

ଆଜି ଆଶଙ୍କା ମଧ୍ୟରେ ମଣିଷ ଖୋଜୁଛି 

ସୁଖ ଭରସାର ଭିନ୍ନ ଭିନ୍ନ ସୂତ୍ର ।


ଛୁଆଟି ଦିନରୁ ମଣିଷେ ପ୍ରେମ ହୃଦୟରେ 

ଯଦି ଭରି ହୋଇ ରହିବ,

ଭକ୍ତି ଭାବ ଭରି ହୋଇ ଏକ ନୂତନତା 

ହୃଦୟରେ ଭରି ହେବ ।


ହିଂସା, ଦ୍ୱେଷ, ଘୃଣା, କାମନା, ବାସନା 

ମୋହ ଦୂର ହୋଇ ପାରିବ,

ସନ୍ଦେହ ହଜି, ଭୟ ଦୂର ହୋଇ ସମ୍ପର୍କେ 

ମମତାର ମଧୁରତା ଫୁଟିବ ।


ମଣିଷ ମଣିଷେ ସମ୍ପର୍କ ଭାବ ଦୃଢ ହୋଇ

 ଆନନ୍ଦ ଶୋଭା ପାଇବ,

ସତ୍ୟର ବଚନେ ପ୍ରିୟ ହୋଇ ସର୍ବତ୍ର ମଧୁର 

ମୂଲ୍ୟବାନ କାର୍ଯ୍ୟ କରି ଚାଲିବ ।


କର୍ମ ସବୁ ଶୁଭ ଦାୟକ ହୋଇ, ମଣିଷ 

ଏକ ସୂତ୍ରେ ବନ୍ଧା ହେବ,

ଉତ୍ତମ ନୀତି ଗଢ଼ା ହେବ, ପବିତ୍ର ସଂସ୍କୃତି 

ରହି, ବନ୍ଧୁତା ଗଢ଼ି ଉଠିବ ।


ଧରମ ଜାତି ଗୋଷ୍ଠୀ ବିଭେଦ ନରହି, 

ଖୁସିରେ ଦିନ କଟିବ ମଣିଷର,

ବିବେକ ଆଣିବ ମନ୍ତ୍ର ସଫଳତାର.ଯନ୍ତ୍ରଣା 

ଦୂର ହେବ ଜୀବନ ଭିତର ।


ଏହା ସୃଷ୍ଟିର ଆଧାର, ଭବିଷ୍ୟତ ଜଗତେ 

କଲ୍ୟାଣମୟ ଆଙ୍କିବାର,

ମୋ କଳ୍ପନାରେ ସମାଜ ସୁଧାର, ପ୍ରତିକୂଳ 

ଲଙ୍ଘିବାରେ ସୂତ୍ରାବଳୀ ଆମର ।


ଶାନ୍ତିର ବାନା ଉଡି ମଧୁମୟ ପୃଥିବୀର 

ଉତ୍ସ ହେବ ସବୁ ସଫଳତାର,

ଏହା ନୁହେଁ ଯାଦୁକରୀ ମାୟା, ଆମ ହାତ 

ମଧ୍ୟର,ପଥ କାଢ଼ିବ ବିଜୟର ।


ଭଲ ଓ ଖରାପ କର୍ମର ସ୍ୱଭାବ ଓ ଫଳ 

ବୁଝିଲେ ସମସ୍ୟା ନରହେ,

ଏତିକି ନର ନାରୀ ଜାଣି ଶୁଣି ପୁଣି ତଥାପି 

ମନ୍ଦର ପଛରେ ଦଉଡୁ ଥାଏ ।

 

ମନେ ରଖ ଏହିକଥା, ଅନ୍ଧକାର ପରେ 

ଆସେ ପହିଲି ଶୁଭ ପ୍ରଭାତ,

ଆଶା ଆଜି ମଧ୍ୟ ଅଛି, ଭିନ୍ନ ମଧ୍ୟେ ହୋଇବ 

ନିଶ୍ଚୟ ଏକତାର ସୂତ୍ରପାତ ।


Rate this content
Log in

Similar oriya poem from Abstract