STORYMIRROR

jagabandhu sahu

Inspirational Others Children

3  

jagabandhu sahu

Inspirational Others Children

ଆସ ଟିକିଏ ଝୁମି ଯିବା

ଆସ ଟିକିଏ ଝୁମି ଯିବା

1 min
120

ଆସିଛିରେ ଆଜି ସ୍ବାଧିନ ଦିବସ

ଆସ ଟିକେ ଝୁମି ଯିବା

ଦେଶ ପ୍ରେମର ଯେ ସ୍ଳୋଗାନ ଦେଇକି

ଶୁଭେଚ୍ଛାଟି ଜଣାଇବା

ଜାଗି ଉଠ ଜାଗି ଉଠ ଦେଶ ପ୍ରେମୀ

ଆସିଛି ଅଗଷ୍ଟ ପନ୍ଦର

ଦେଖ ଦେଖ ଆଜି ମୋ ଭାରତ ମାତା

ଦିଶୁଛି କେଡେ ସୁନ୍ଦର

ତିନି ରଙ୍ଗେ ସଜା  ନାମ ତା ତ୍ରିରଙ୍ଗା

ଉଡୁଛି ଧରଣୀ କୋଳେ

ଦେଶ ପ୍ରେମ ପାଇଁ ଭାଇଚାରା ବୁଣା

ସବୁରି ହୃଦୟେ ତଳେ

ସ୍ବାଧିନତା ପାଇଁ ମହାପୁରୁଷଙ୍କ 

ମହାନ ଏ ବଳିଦାନ

ହୃଦୟେ ରଖିବା ସାଇତି ଯେ ଆସ

ତାଙ୍କରି ସେ ଅବଦାନ

ସ୍ବାଧିନ ଚେତନା ସଂଗ୍ରାମୀ ମାନଙ୍କୁ

ଦେଇ ଭକ୍ତି ଶ୍ରଦ୍ଧାଞ୍ଜଳି

ସ୍ବାଧିନତା ଦିନ  ପାଳିବା ହରସେ

ତାଙ୍କରି କର୍ମକୁ ଭାଳି।


Rate this content
Log in

Similar oriya poem from Inspirational