STORYMIRROR

Giridhari Sahu

Abstract

3  

Giridhari Sahu

Abstract

ଆସ ଶୀତ ଆସ

ଆସ ଶୀତ ଆସ

1 min
236

କେତେ ସଜବାଜ ହେବ ତୁମେ ଆଉ

ଆସିବତ ଆସ କତିକୁ

କଥା ଦେଇଥିଲ ସଞ୍ଜରେ ଆସିବ

ଆସୁଛ ଏଇନା ରାତିକୁ


ଭାବିଲି ମନେ ମୁଁ କାଳେ ଭୁଲିଗଲ

ଏଇ ହତଭାଗା ସାଥୀକୁ

ଅବା ବଦଳାଇ ଚାଲିଗଲ କେଣେ

ଲିଭାଇ ଦେହର ତାତିକୁ


କେମିତି ଆକଟ କରିବି କୁହତ

ହିଆର କମ୍ପନ ଗତିକୁ

ଜଳାଇ ଏଯାଏଁ ରଖିଛି ପରା ମୁଁ

ଲିଭି ଆସୁଥିବା ବତୀକୁ


ଥୟ ଜମା ଆଉ କରି ମୁଁ ପାରୁନି

ଅନୁମତି ଦିଅ ରତିକୁ

ଚାଦର ତଳର ଉଷ୍ଣତା ସତେ କି

ଘୁରାଇ ଦିଏ ମୋ ମତିକୁ


ଜାଣିଛି ମୁଁ ତୁମେ ବାରଙ୍ଗନା ଶୀତ

ଦେଖାଇ ହୁଅନା ସତୀକୁ

ଛାଡି ଆସ ତୁମେ ସମାଜର ଯେତେ

ନିନ୍ଦା ଅପନିନ୍ଦା ଭିତୀକୁ


ପିଲା ଠାରୁ ବୁଢା ଭେଣ୍ଡା ଭୁଆଷୁଣୀ

ମାନି ନାହଁ କେବେ ଜାତିକୁ

ନିଅ ତ ଜଡେଇ ବୁଢା ବୁଢୀ ସାଙ୍ଗେ

ନିଅ ହାତ ଧରି ନାତିକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract