STORYMIRROR

ତାରାପ୍ରସାଦ ଜେନା

Abstract

2  

ତାରାପ୍ରସାଦ ଜେନା

Abstract

ଆସ ମୋ କତିକୁ ପାଖରେ ବସ

ଆସ ମୋ କତିକୁ ପାଖରେ ବସ

1 min
317

ଆସ ମୋ କତିକି ପାଖରେ ବସ

ଅଳପ ଚାହିଁକି ମୁରୁକି ହସ

ଅନେକ ଯାତନା କ୍ଷଣକେ ଦଳି

ସୁଖର ସାନ୍ତ୍ବନା ଉଠିବ ଝଳି

ଆସ ମୋ କତିକି ପାଖରେ ବସ


ମୁହଁରେ ପଢ଼ିବା ଜୀବନ ବେଦ

ରହିବ ନାହିଁଟି ଅଭାବ ଖେଦ

କାହାଣୀ ଗଢ଼ିବା ଅନେକ ଆଶା

ନାୟକ ନାୟିକା ହୋଇବା ଭାଷା

ଆସ ମୋ କତିକି ପାଖରେ ବସ


ଭାବନା ନଥିବ ନାଟକ ରଙ୍ଗ

ଆପଣା ଭିତରେ ବଢ଼ିଆ ସାଙ୍ଗ

ଲୁହରେ ଲୁହକୁ ହୋଇବା ଓଦା

ସ୍ନେହରେ ସ୍ନେହକୁ ବୁଝିବା ନିଦା

ଆସ ମୋ କତିକି ପାଖରେ ବସ


ଅନ୍ତରେ ଅନ୍ତର ହେବାନି କେହି

କେବଳ ଆନନ୍ଦ ଦେଖିବା ମହୀ

ଆବିଳ ପାଖକୁ ଯିବାନି ଜମା

ପୁଣ୍ୟର ଘରକୁ ଶରଧା ସୀମା

ଆସ ମୋ କତିକି ପାଖରେ ବସ


ମନର ଦର୍ପଣେ ଆନକୁ ଦେଖି

ନିରତ ନୀରବେ ହୋଇବା ସୁଖୀ

ବ୍ୟଥାରେ ନଥିବ ଅଲଣା ରାଗ

କଥାର ମଣିଷ ସହଜ ବାଗ

ଆସ ମୋ କତିକି ପାଖରେ ବସ


ସ୍ବଭାବ ଗୁଣରେ ହୋଇବା ଭଲ

ଦୁନିଆ ଆଗରେ ମହକ ଫୁଲ

ଯିଏ ବି ଦେଖିବେ ଚକିତ ହେବେ

ମଙ୍ଗଳ ଆଶିଷ ଅଜାଡ଼ିଦେବେ

ଆସ ମୋ କତିକି ପାଖରେ ବସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract