STORYMIRROR

Sambit Srikumar

Classics Inspirational Others

4  

Sambit Srikumar

Classics Inspirational Others

ଆସ ମଣିଷ ଚିହ୍ନିବା

ଆସ ମଣିଷ ଚିହ୍ନିବା

1 min
108


ଅବିଶ୍ୱାସର କୁହୁଡି ପହଁରି ପହଁରି

ପ୍ରହେଳିକାର ଧୂଆଁରେ କୁହୁଳି କୁହୁଳି

ପ୍ରତାରଣାର ନିଆଁରେ ତିଳ ତିଳ ଜଳି

ବିଶ୍ୱାସଘାତର ବିଷୟରେ ବହୁବାର ମରି

ଯାଇଛି ମୁଁ ଲଂଘି ସବୁ ସୀମାରେଖା

ଅସତ୍ୟ ଅନ୍ୟାୟ ଅଧର୍ମ ଅନୀତିର

ଦିଗବଳୟ ଆଉ ଅଥଳ ଗହ୍ଵର।


ତଥାପି ରହିଛି ଅନେକ ବାକି ଚିହ୍ନିବାକୁ

ବହୁରୂପୀ ମଣିଷର ରଙ୍ଗ ରୂପ ବର୍ଣ୍ଣ

ମନ ମସ୍ତିଷ୍କ ବଚନ ଚିନ୍ତନ ଚୈତନ୍ୟ

ବାରେ ଚାହେଁ ଚିହ୍ନିବାକୁ ଦ୍ଵିପଦ ମଣିଷର 

ଅନ୍ତର ଆତ୍ମାକୁ ମହାଜାଗତିକ ସତ୍ତାକୁ

ଭୂତ ଭବିଷ୍ୟ ବର୍ତ୍ତମାନର କାର୍ଯ୍ୟପନ୍ଥାକୁ 

ଉଚ୍ଚାରଣ ଓ ଆଚରଣର ନଭଶ୍ଚୁମ୍ବୀ ପାର୍ଥକ୍ୟକୁ।


କାହିଁ ପାଇଁ ଠୁଳ ଏତେ ହଳାହଳ

ଗରଳ ମଣିଷର ହୃଦୟ କନ୍ଦରେ

କିମ୍ପାଇଁ ଆନ ଲାଗି ଅହରହ

ରଚୁଥାଏ ଜତୁଗୃହ ଅବା ଚକ୍ରବ୍ୟୂହ

ଆପଣା ବିବେକ ବିଚାରକୁ ବଳି ଦେଇ

ମୋଡ଼ୁଥାଏ ଧର୍ମ ନୀତି ମଥା ଅବିଚାରେ?


ଏ ବିଶାଳ ବିଶ୍ଵ ବ୍ରହ୍ମାଣ୍ଡରେ ମାତର 

ତୁମ୍ଭେ ତ ଅତିଥି ଅଢେଇ ଦିନର

ଗରବେ ହରାଇ ଚିନ୍ତା ଓ ଚେତନା

କାହିଁକି କଟୁ ସତ୍ୟକୁ ପକାଅ ପାଶୋର?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics