ଆସ ମାଆ ମଙ୍ଗଳା
ଆସ ମାଆ ମଙ୍ଗଳା
ଆସ ମାଆ ମଙ୍ଗଳା ନକର ଲୋ ହେଳା
ଜଗତେ ପଡିଛି ଦୁଃଖ
ତୁମେ ପରା ମାଆ ସକଳ ପ୍ରାଣୀଙ୍କ
ମନରୁ ଲିଭାଅ ଶୋକ ।
ଚହଳ ପଡ଼ିଛି ମାଳିକା ବଚନ
ନିଶ୍ଚୟ ହୋଇବ ସତ
ଭୁଲି ଯିବେ ଜନ ଦୟା କ୍ଷମା ଦାନ
ବିବେକ ରହିବ ଗୁପ୍ତ
ସଂସାରକୁ ରଖ ଭକତଙ୍କୁ ଦେଖ
ଚଳାଇ ଜୀବନ ଚକ ।
ଲାବଣ୍ୟ ଲୀଳାରେ ଦୟା ସବାରିରେ
ଆସ ମାଆଗୋ ଝୁଲି ଝୁଲି
ଚାରୁ ଚନ୍ଦ୍ରମୁଖୀ ଦେଖି ହେବେ ସୁଖି
ଭୀତ ତ୍ରସ୍ତ ଯିବେ ଭୁଲି
ସ୍ତବ୍ଧ ବିଭାବରୀ ନପଡିବ ଭାରି
ଏତିକି ମାଗୁଣି ଭିକ ।