ଆସ ମା ଦୁର୍ଗେ! ଆସ
ଆସ ମା ଦୁର୍ଗେ! ଆସ
କାଶତଣ୍ଡୀ ମନେ ହରଷତା ଭରି
ଭକତ ପରାଣେ ସରସତା ଭରି
(ତୁମ)ନାମର ମହତ୍ତ୍ୱ ଚରିତାର୍ଥ କରି
ଶାରଦୀୟ-ନଭ ମଣ୍ଡଳୁ ବାହାରି;
ଆସ ମା ଦୁର୍ଗେ! ଆସ
ଆସ ମା ଦୁର୍ଗେ! ଆସ I
ଭୟ-ବିଭୀଷିକା ଦୂର ହୋଇଯାଉ
ଅଶାନ୍ତ-ଜୀବନେ ଶାନ୍ତି ଭରିଯାଉ
ନିରାଶ ମନରେ ଆଶା ଖେଳିଯାଉ
ବିଷାଦ-ବଦନେ ହସ ବୋଳିହେଉ।
ଆସ ମା ଦୁର୍ଗେ! ଆସ
ଆସ ମା ଦୁର୍ଗେ! ଆସ I
ମାଆ ସିନା ବୁଝେ ସନ୍ତାନର ବ୍ୟଥା,
ଭକତ ପ୍ରାଣର ଅକୁହା ବାରତା !
ମହିଷା ନିଧନ ପାଇଁ ତୁମେ ମାତା
ତେଜି ଦେଇଥିଲ ନାରୀ ସମ୍ଭ୍ରମତା !
ଦୁଷ୍ଟ ନିବାରଣେ, ସନ୍ଥ ପରିତ୍ରାଣେ,
ଏତେ ବଡ ତ୍ୟାଗ ଅଛିକି ଭୂବନେ ?
ଭକ୍ତ ମନେ ତେଣୁ ଜାଗିଛି ବିଶ୍ୱାସ
ବିକଳ୍ପରେ ହେଉ ଭୁତାଣୁ ବିନାଶ
ଅଟକି ନଯାଉ ନିରୀହ ନିଶ୍ୱାସ
ମାଆ- ମମତାର ରହିଯାଉ ଯଶ ।
ଆସ ମା ଦୁର୍ଗେ! ଆସ ।
ଆସ ମା ଦୁର୍ଗେ! ଆସ I
ଜୀବନଟା ସତେ କି ଅମୁଲ ମୂଲ!
ଅର୍ଥ-ପ୍ରତିପତ୍ତି-ଯଶ ତୁଚ୍ଛ ମୂଲ୍ୟ
ବଳି ଦେଲୁ ହିଂସା, ଷଡ଼ରିପୁ 'ମା'ଲୋ ।
ରଖି ତୋ ଭକତ-ବିଶ୍ୱାସର ମୂଲ୍ୟ ;
ଆସ ମା ଦୁର୍ଗେ! ଆସ ।
ଆସ ମା ଦୁର୍ଗେ! ଆସ I
ଅନ୍ତରେ ଭକତି-ନଇବେଦ୍ୟ ଘେନି,
ସ୍ୱାଗତ କରୁଛୁ ତୁମ ଆଗମନୀ
ଆସ ମା ଦୁର୍ଗେ! ଆସ
ଆସ ମା ଦୁର୍ଗେ! ଆସ I