ଆସ ମା ଧରାକୁ
ଆସ ମା ଧରାକୁ
ଶୁଭ୍ରମେଘରେ ମେଦୁର ନୀଳନଭକାନ୍ତି ,
ଶରତର ଆଗମନେ ସୋହେ ଯେ ଧରିତ୍ରୀ ।
ନିଶିଥ ଆକାଶେ ବର୍ଣ୍ଣବିଭା ୟୋସ୍ନାୟୀତ,
ଶିଶିର କଣିକା ସିକ୍ତା ଧରା ପୁଲକିତ ।
ସବୁଜ ଶ୍ୟାମଳ କ୍ଷେତେ ଫୁଟି କାଶତଣ୍ଡି ,
ସରାଗେ କେ ଦେଇଅଛି ଅନୁପମ ଝୋଟି ।
କାହିଁ ଦିଶେ କାଶତଣ୍ଡି ଦୂରରୁ ନୀଶିଥେ ,
ଶ୍ଵେତସ୍ମଶ୍ରୁଧାରୀ କେହି ତପସ୍ୱୀ ପରାଏ ।
ଧ୍ୟାନେ ବସି ଆବାହନ କରୁଛନ୍ତି କିବା ,
ଆସ ଆସ ଜନନୀ ଗୋ ଆସ ଜଗଦମ୍ବା ।
ଧରାବତରଣ କର ମା ସିଂହବାହିନୀ
ପାପତାପ ବିନାଶ ମା ମନ୍ଦାରମାଳିନୀ ।
ଧୂପଝୁଣା ଅଗରୁର ମହକ ସମୀରେ ,
ସ୍ୱାଗତ ସମ୍ଭାରେ ଧରା ଉଭା ନତଶୀରେ,
ଦୂର ଦିଗବଳୟ ଦିଶେ ରକ୍ତାଭରଂଞ୍ଜିତ ,
ମା' ଆସୁଛନ୍ତି କିବା ହୋଇ ବିମଣ୍ଡିତ ।
ଆସ ମା ପୃଥିବୀ ପରେ ହେଉ ପାପ ନାଶ ,
ତୁମ ପଦପାତେ ହେବ ଶାନ୍ତି ର ପ୍ରକାଶ ।।
