Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଆସ ଭରିଦେବା ରଙ୍ଗ ସବୁଜିମା

ଆସ ଭରିଦେବା ରଙ୍ଗ ସବୁଜିମା

1 min
199



ଜୀବନ ଦର୍ଶନ ଜ୍ଞାନ ଓ ବିଜ୍ଞାନ

ସତ୍ୟ ସୁନ୍ଦରର ଛବି

ମାନସ ପଟଳେ କରେ ସନ୍ଦର୍ଶନ

ତଲ୍ଲୀନ ବିଭୋର କବି ।


ଭାବକଳ୍ପ ରୂପେ ସମ୍ଭବଇ ସୃଷ୍ଟି

ପ୍ରକଟେ ମଧୁର ବାସ

ଅଭିବୃଦ୍ଧି ହୁଏ ଗୁଣାତ୍ମକ ମାନ

ପ୍ରଜନ୍ମଇ ନବନ୍ମେଷ ।


କବିତ୍ୱ ପ୍ରତିଭା ସୁମନ ସୁରଭି

ଅମୃତ ସର୍ଜନଶୀଳ

ସର୍ବାଗ୍ରେ ସବୁଠି ପୂଜନୀୟ କବି

ହେଉ ଦେଶ ଦେଶାନ୍ତର ।


ଭାବ ମଧୁମୟ ମଳୟ ସମୀର

ଅଧ୍ୟାତ୍ମ ଜ୍ୟୋତି ଆଲୋକ

କବି ବିଶ୍ୱପ୍ରାଣ ଅମୃତ ସନ୍ତାନ

ଅହି°ସା ଶାନ୍ତି ଦ୍ୟୋତକ ।


ବଳିୟାନ ରାଜା କ୍ଷମତାର କେନ୍ଦ୍ର

ଦେଖାନ୍ତି ଆତ୍ମ ବଡିମା

ଭୋଗ ବିଳାସରେ କାଟିଥାନ୍ତି ଦିନ

ଲଙ୍ଘନ୍ତି ମର୍ଯ୍ୟାଦା ସୀମା ।


ମଣନ୍ତି ନିଜକୁ ସବୁଠାରୁ ଶ୍ରେଷ୍ଠ

ସାକ୍ଷାତ ପରମେଶ୍ୱର

ସ୍ୱର୍ଣ୍ଣ ସିଂହ।ସନେ ମୁକୁଟ ମଣ୍ଡିତ

ରାଜନ ଆଜ୍ଞା ଅଟଳ ।


ବିରାଟ ପ୍ରସାଦ ରତ୍ନ ମଣିମୁକ୍ତା

ଆଜ୍ଞାବହ ଦାସଦାସୀ

ଗର୍ବ ଅହଙ୍କାର ଶତ୍ରୁ କରେ ବୃଦ୍ଧି

ପରଜା ହୁଅନ୍ତି ଦୁଃଖୀ ।


ପୂଜା ପାଏ ସିନା ଆପଣା ମୂଲକେ

ରାଜନ କ୍ଷମତା ବଳେ

ଝଟକେ କମଳ କାବ୍ୟର ସୈ।ରଭ

ଦଶଦିଶ ସମୁଜ୍ଜ୍ୱଳେ ।


ଆସ କବିକୁଳ ସରସ ସୁନ୍ଦର

ନିରେଖିବା ସୂର୍ଯ୍ୟୋଦୟ

ଭରିଦେବା ପ୍ରାଣେ ରଙ୍ଗ ସବୁଜିମା

ଉତ୍କୃଷ୍ଟତା ଅଭ୍ୟୁଦୟ ।

  -----



Rate this content
Log in

Similar oriya poem from Inspirational