STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଆସ ବାଣୀ ବୀଣାପାଣି

ଆସ ବାଣୀ ବୀଣାପାଣି

1 min
7

( ରାଗ:- ରାମକେରୀ)


ଆସ ବାଣୀ ମୋ ବୀଣାପାଣି


             ବିଦ୍ୟା ତୁ ପ୍ରଦାୟିନୀ


କବିତା କୃପାରୁ ତୋହରି


             କରୁଅଛି ଲେଖନୀ !!


କୃତାର୍ଥ କର ମା ଶରୀର


            ହୃଦୁ ଅଜ୍ଞାନ ନାଶି


ଦିଅ ଜ୍ଞାନ ସତ୍ୟ ଅହିଂସା


            ମର୍ତ୍ତ୍ୟପୁରକୁ ଆସି !!


କବି ନୁହେଁ ମାତା କୋବିଦ


           ନାହିଁ ଜ୍ଞାନ ଭଣ୍ଡାର


ଭକ୍ତି ପ୍ରୀତି ଥାଉ ଚରଣେ


          କର କରୁଣା ମୋର !!


ବୀଣାପାଣି ବାଣୀ ଗୁଞ୍ଜୁଛି


          ଜ୍ଞାନ ଦିଅ ଜ୍ଞାନଙ୍କୁ


ଜ୍ଞାନ ଶାସ୍ତ୍ର କରେ ରଚନା


          ଭକ୍ତି ରଖି ତୁମଙ୍କୁ !!


ମୁନି ଋଷି ଜ୍ଞାନୀ ଲେଖିଲେ


         ଶାସ୍ତ୍ର ମର୍ତ୍ତ୍ୟେ ବହୁତ


ତବ କୃପା ବଳେ ସମ୍ଭବ


        କଲେ ଜ୍ଞାନୀ ସବୁତ !!


କି ଦେଇ ପୂଜନ କରିବି


       ଜ୍ଞାନ ନାହିଁ ମୋହର


କବିତା ରଚନା କରୁଛୁ


       ଥାଉ ନଜର ତୋର !!


ଶବ୍ଦ କହୁ ଥିବ ଜନନୀ


       ଲେଖି ଥିବି ମୁଁ ତାହା


ଆଶୀର୍ବାଦ ତବ ବଳରୁ


       ମାତା କରିବି ଏହା !!


ବିଦ୍ୟ ପ୍ରଦାୟିନୀ ସ୍ଫଟିକ


      ଧାରିଣୀ ଅଟୁ ମାଆ


ବାଦିନୀ ବିପଞ୍ଚୀ ଜନନୀ


     ସର୍ବ ଜନେ ତୁ ସାହା !!


ଆସ ଅବତରି ଧାମକୁ


     ସରସ୍ବତୀ ଏ ଧାମ


ଧର୍ମ କର୍ମ ଜ୍ଞାନ ଦିଅ ତୁ

  

     କରେ ମୁଁ ସତ୍ୟ କର୍ମ !!



Rate this content
Log in

Similar oriya poem from Abstract