STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଆସ ଅବତରି ମା' ଦୁର୍ଗା

ଆସ ଅବତରି ମା' ଦୁର୍ଗା

2 mins
288


ସୃଷ୍ଟି ପ୍ରାରମ୍ଭରୁ ଆଦ୍ୟାଶକ୍ତି ଯୋଗମାୟା ଦୁର୍ଗା

ମହାମାୟୀ ମହାଶକ୍ତି ବ୍ରହ୍ମଶକ୍ତି

ଦୁର୍ଗତିନାଶିନୀ ଜଗତ ଜନନୀ ଦେବୀ ଦୁର୍ଗା

ଦେବୀ,ଆଦି ଓ ଅନ୍ତ,ପାଳନକର୍ତ୍ତ୍ରୀ 

ସୃଜନ କାଳେ ମହାସରସ୍ଵତି ପାଳନ ବେଳେ

ମହାଲକ୍ଷ୍ମୀ, ବିନାଶ ରେ ମହାକାଳୀ

ସମସ୍ତ ନାରୀ ଜାତିର ହିଁ ଅନ୍ତର୍ନିହିତ ଶକ୍ତି

ଅଷ୍ଟାଦଶ ଭୁଜା ମହାମାୟା କାଳୀ 

ଦ୍ଵାପର ରେ ଦେବୀ ଦୁର୍ଗା ହିଁ ଯୋଗ ଶକ୍ତି ବଳରେ 

ଦେବକୀ ଙ୍କ ସପ୍ତମ ଗର୍ଭ ହରଣ

ରୋହିଣୀ ଗର୍ଭରେ ରଖି କଂସ ନିଧନର ରାସ୍ତା

ଯୋଜନା ଭିତ୍ତିରେ ହୋଇଲା ଭିଆଣ

ତ୍ରେତୟା ରେ ସିତା ମାତା ଆରାଧନା ଶୁଣି ଦୁର୍ଗା

ପୁଷ୍ପ ଧନୁ ତହୁଁ କରିଲେ ପ୍ରଦାନ

ସେହି ପୁଷ୍ପ ଧନୁ ସାହାଯ୍ୟରେ ଶ୍ରୀରାମ ବିଜୟୀ

ପ୍ରତାପୀ ରାବଣ ହୋଇଲା ନିଧନ ।


ମହିଷାସୁର ବଳୀୟାନ ହେଲା ବ୍ରହ୍ମା ବର ପାଇ

ପରେ ପରେ ସ୍ୱର୍ଗପୁରୀ ଆକ୍ରମଣ

ଦେବଗଣଙ୍କ କୋପାନଳ ତେଜରୁ ଜାତ ଦେବୀ

ଦେବଗଣ କଲେ ଆୟୁଧ ପ୍ରଦାନ

ମାତା,ଦେବୀ ଦୁର୍ଗା ସଂଗ୍ରାମରେ ନିଜକୁ ସଜାଇ

ଦେବତାଙ୍କ ଅସ୍ତ୍ର ସହ ଅବତୀର୍ଣ୍ଣ

ସବୁ ଅସ୍ତ୍ର ନିକ୍ଷେପ କଲେ ମହିଷାସୁର ପ୍ରତି

ତଥାପି ହେଲାନି ମହିଷା ନିଧନ


ଅସୁର ନିଧନ ଭେଦ ସର୍ବ ମଙ୍ଗଳା ଜାଣିଲେ

ଆବିର୍ଭାବ ହୋଇ କହିଲେ ଦୁର୍ଗାଙ୍କୁ

ଜଗତର ମଙ୍ଗଳ ପାଇଁ ହୋଇଲେ ବିବସନା

ରଣ ହୁଙ୍କାର ଦେଲେ ଦୈତ୍ୟ ମହିଷାକୁ

କାମ ମୋହରେ ମହିଷାସୁର ଦୁର୍ବଳ ହୋଇଲା

ଦେବୀ ଦୁର୍ଗାଙ୍କୁ ଭାବିଲା ସାଧାରଣ

ସୁଯୋଗ ଦେଖି ଦେବୀ ଦୁର୍ଗା କଲେ ଶୂଳ ବିଦ୍ଧ

ମହିଷାସୁର ହୋଇଲା ନିଧନ।


ଅନନ୍ତ ଶକ୍ତି ସ୍ୱରୁପିଣୀ,ମଙ୍ଗଳ ଦାୟିନୀ ମା

ଜଗତ ଓ ଦେବୀ ଦେବତା ନିମନ୍ତ 

ମଧୁ କୈଠଭ, ମହିଷାସୁର,ଶୁମ୍ଭ ନିଶୁମ୍ଭ ର 

ପ୍ରାଣ ହତ ବୋଲି ସର୍ବତ୍ର ବିଦିତ।


ପୂଜା ମଣ୍ଡପରେ ସେହି ମହିଷାସୁର ମର୍ଦ୍ଦିନୀ 

ବିଜେ କରୁଛନ୍ତି ପ୍ରତି ପାର୍ବଣରେ

ବହୁ ଆଡମ୍ବର ଆଉ ଭକ୍ତି ଭରା ହୃଦୟରେ 

ପର୍ବ ଉତ୍ସବ ହୁଏ ପୁର ପଲ୍ଲୀରେ। 


ଦେବୀ ଦୁର୍ଗା ମା,ପାର୍ବଣ ର ଏ ଖୁସି ମୁହୂର୍ତ୍ତରେ

ହୃଦୟ ରୁ ଭକ୍ତି ସହ ନିବେଦନ

ଦେବୀ ଆରାଧନା ନାମରେ ଏ ସମାଜର ଚିତ୍ର

ତୁମ ପାଦ ତଳେ କରୁଛୁ ଅର୍ପଣ ।


ଦେବୀ ଆରାଧନା ନାମରେ ବି ନବରାତ୍ରୀ ପୂଜା

ଦେବୀ ମା'ଙ୍କ ନବ ରୂପ କୁ ସଜାଇ

ଏକ ଖୁସିର ବାତାବରଣ ଏ ଧରା ଧାମରେ

ସବୁ ଦେଖାଣିଆ ଭକ୍ତି ଭାବ ନାହିଁ।


ନିରୀହ ପଶୁ ପକ୍ଷୀଙ୍କ ଜୀବନ ବିନିମୟରେ

ପାର୍ବଣ ଉତ୍ସବ ହେଉଛି ପାଳନ

ମଦ ମାଂସର ସମ୍ଭାର ପ୍ରାୟ ଘରେ ଓ ବାହାରେ

ନାରୀ ନିର୍ଯାତନା ପ୍ରତି ମୁହୂର୍ତ୍ତରେ।


ମାନବିକତାର ସ୍ଥାନ ନେଇଛି ପାଶବିକତା

ଏଠି ମା ଝିଅ ବୋହୂ ଅସୁରକ୍ଷିତ

ଦେବୀ ର ଅନ୍ୟ ରୂପ ନାରୀ ଆଜି ବି ପରାଧୀନ

ପ୍ରଗତି ର ଆଢ଼ୁଆଳେ ଉପେକ୍ଷିତ।


ଅଗଣିତ ଅସୁର ମହିଷାସୁର ଠୁ ଅଧିକ

ଆଜି ସମାଜର ପ୍ରତ୍ୟେକ କ୍ଷେତ୍ରରେ

ଆଉ କେଉଁ ରୂପରେ ଆସିବ ଏ ଧରା ଧାମକୁ

ଏଠି ପ୍ରଦୂଷଣ ପାଣି ପବନରେ।


ଆମ ମା,ଝିଅ,ବୋହୂ,ସ୍ତ୍ରୀ , ଦେବୀଙ୍କର ଅନୁରୂପ

ସମ୍ମାନର ସହ ରହୁ ସମାଜରେ

ଲୋଲୁପ ଦୃଷ୍ଟି କାରୀ ଙ୍କୁ ଉପଯୁକ୍ତ ଦଣ୍ଡ ହେଉ

ଦେବୀଙ୍କ ପୂଜନ ହେଉ ଘରେ ଘରେ।


ନାରୀଙ୍କୁ ଉଲଗ୍ନ କରିଣ ଦିନ ଦ୍ବିପହରରେ

ଆମେ କେଉଁ ଦେବୀ ପୂଜା କରୁଅଛୁ

ଗଣତନ୍ତ୍ର ଦେଶ ଅଧିବାସୀ ନାଗରିକ ହୋଇ

ନାରୀ ଜାତିକୁ କିଆଁ ଦେବୀ କହୁଛୁ??


ମା ଦୁର୍ଗା , କଳି ଯୁଗ ଅସୁର ଉତ୍ପାତ ହେଲେଣି

କୃପାକରି ମର୍ଦ୍ଦନ ହେଉ ମର୍ତ୍ତ୍ୟରେ

ଆସ ଅବତରି ମାଆ,ଜୟ ଦେବୀ ଦୁର୍ଗାଙ୍କର

ଶାନ୍ତି ପ୍ରେମ ରହୁ ଏହି ଜଗତରେ।।


Rate this content
Log in

Similar oriya poem from Abstract