STORYMIRROR

Jnyana Ranjan Dash

Tragedy

3  

Jnyana Ranjan Dash

Tragedy

ଆର୍ଯ୍ୟବଧୂ

ଆର୍ଯ୍ୟବଧୂ

1 min
202


ଅବଗୁଣ୍ଠନର ତଳେ ଝରି ପଡ଼େ

ଅଧରରୁ ହସ ମଧୁ

ଶାନ୍ତି ପ୍ରୀତି କ୍ଷମା ପ୍ରମୂର୍ତ୍ତ ପ୍ରତିମା

ନାମ ମୋର ଆର୍ଯ୍ୟବଧୂ ।୧।


ତ୍ୟାଗ ତିତୀକ୍ଷାର ଉଜ୍ଜ୍ବଳ ସ୍ୱାକ୍ଷର

ମମତାର ମହୋଦଧି

କେଜାଣି କି ଧାତୁ ଯୋଗେ ବିହିଛନ୍ତି

ମୋର କପାଳକୁ ବିଧି ।୨।


ଯାତନା ଜୁଇରେ ଆତ୍ମାହୁତି ଦେଇ

ଅପରେ ବିତରେ ସୁଖ

ଲୋତକ ଲୁଚାଇ ଦେଖାଇବା ପାଇଁ

ପଡ଼େ ମୋତେ ଦଗ୍ଧ ମୁଖ ।୩।


ସୀତା ରୂପେ କେତେ କଷଣ ସହିଛି

ପାଷାଣ ତରଳି ଯିବ

ପାଞ୍ଚାଳୀ ମୁଁ ପଞ୍ଚ ପତିର ନାୟିକା

ପ୍ରେତିନୀର ପ୍ରତିବିମ୍ବ ।୪।


ଅଶ୍ୱପତି କନ୍ୟା ରୂପେ ହେଲି ଧନ୍ୟା

ବାହୁଡ଼ାଇ ପତି ପ୍ରାଣ

କାଳ କାଳ ଧରି ବହି ଚାଲିଛି ମୁଁ

ଅଶୁଭ ଭାଗ୍ୟର ଭ୍ରୁଣ ।୫।



Rate this content
Log in

Similar oriya poem from Tragedy