STORYMIRROR

Jnyana Ranjan Dash

Inspirational

3  

Jnyana Ranjan Dash

Inspirational

ଲୋହିତ ଗୋଧୂଳି

ଲୋହିତ ଗୋଧୂଳି

1 min
164


ଦିବା ଅଭିନୟ ଶେଷରେ ବିଦାୟ

ଘେନି ସହସ୍ର ମୟୁଖ

ପ୍ରଚେତସ ମୁଖେ ପ୍ରୟାତ ବିମୁଖେ

ଗ୍ଲାନିରେ ଆରକ୍ତ ମୁଖ ।


ଗଗନ ପ୍ରାଙ୍ଗଣ ଲୋହିତ ବରଣ

ଆବରିଲା ଜଳ ସ୍ଥଳ

ବସୁନ୍ଧରା ଢାଳି ଅଂଶୁ ବସୁ ଧାରା

ପିନ୍ଧେ ଲୋହିତ ଦୁକୁଳ ।


ଦିବା ଅବସାନ ହବନରେ ବ୍ୟାସ

ଆସନେ ଆସୀନା ଉର୍ବୀ

ପ୍ରଦୋଷ ଅଙ୍ଗରେ କଲା ଜୀବନ୍ୟାସ

ଅର୍ପି ଅସ୍ତରାଗ ହବି ।


ଦିବସ ବିଲୟେ ବିହଗେ କୁଲାୟେ

ବାହୁଡ଼ିଲେ କଳରବେ

ଆଭୀର ଚାଳିତ ଗାଭୀ ନିମଜ୍ଜିତ

ନିଳୟ ବାହୁଡା଼ ପର୍ବେ ।


ଉଡ଼ିଲା ଗୋଧୂଳି ଗଢ଼ିଲା କୁଣ୍ଡଳୀ

ବ୍ୟାପିଲା ସଚରାଚର

ଆସନ୍ନ ରଜନୀ ଉଦରରେ ହେଲା

ତମସା ଗର୍ଭ ସଞ୍ଚାର ।


Rate this content
Log in

Similar oriya poem from Inspirational