ରଜ ଦୋଳି
ରଜ ଦୋଳି
ଜ୍ୟେଷ୍ଠର ଯାତନା ଜୁଇରେ ସାନ୍ତ୍ଵନା
ଲେପ ଦେଇ ଆସେ ରଜ
ପହିଲି ରଜରେ କୁମାରୀ ମାନଙ୍କ
ଶୁଭାରମ୍ଭ ସଜବାଜ।
ନାଲି ଅଳତାର ଲତା ପାଦ ଧାରେ
ଅପାଙ୍ଗ ପ୍ରାନ୍ତେ କଜ୍ଜ୍ଵଳ
ଆଖିରେ ଆଖିରେ ଆଶା ଅସୁମାରି
ଦିଶୁଥାଏ ଜଳ ଜଳ।
ପାଦରେ କଦଳୀ ତରୁର ପଟୁକା
ନ ଲାଗିବ ଧରଣୀରେ
ମେହେନ୍ଦିର କେତେ କମକୁଟ ଶୋହେ
ପଲ୍ଲୀ କୁମାରୀ ପାଣିରେ।
ଗ୍ରାମ ଶେଷ ଆମ୍ର କୁଞ୍ଜେ ବନ୍ଧା ଦୋଳି
ଶୁଭିଲାଣି କଟ କଟ
ଶୁଭିଲାଣି ଗୀତ ମୋ ଭାଇ ମୁଣ୍ଡରେ
ବନ୍ଧା ସୁନାର ମୁକୁଟ।
ଲୁଡୁ ବାଗୁଡ଼ିରଖେଳର ଆସର
ସକାଳରୁ ସନ୍ଧ୍ୟା ଯାଏ
ରଜ ନୁହେଁ ସେ ତ ସୃଜନର ବେଳା
ଜୀବନର ଗୀତ ଗାଏ।
