STORYMIRROR

Jnyana Ranjan Dash

Inspirational

3  

Jnyana Ranjan Dash

Inspirational

ଶ୍ରାଦ୍ଧ ବେଶ

ଶ୍ରାଦ୍ଧ ବେଶ

1 min
137


ଧରାବତରଣ କରି ନାରାୟଣ

ନରୋପମ ଆଚରଣ

ପୂର୍ବଜଙ୍କ ତୋଷ ପାଇଁ ପୀତବାସ

କରନ୍ତି ଶ୍ରାଦ୍ଧ ତର୍ପଣ ।


ମାର୍ଗଶୀର୍ଷ ମାସ ଅସିତ ପକ୍ଷର

ଚତୁର୍ଦ୍ଦଶୀ ଅବସରେ

ଦେବ ଦୀପାବଳୀ ଉତ୍ସବ ପାଳନ

କରନ୍ତି ତ୍ରୟ ବାସରେ ।


ଆଦ୍ୟ ଦିବସରେ ଅଦିତି କଶ୍ୟପ

ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦାନ

ଅମାବାସ୍ୟା ଦିବସରେ ଦଶରଥ

କୌଶଲ୍ୟା ଶ୍ରାଦ୍ଧ ବିଧାନ ।


ପ୍ରତିପଦା ଦିନ ଯଦୁବଂଶୀ ବୀର

ବସୁଦେବ କଂସାନୁଜା

ମାଳବ ନରେଶ ମହିଷୀ ଗୁଣ୍ଡିଚା

ଯଶୋମତୀ ନନ୍ଦରାଜା ।


ଦେବ ଦୀପାବଳୀ ନାମରେ ବିଦିତ

ଶ୍ରୀମନ୍ଦିରେ ଦୀପ ଦାନ

ଚତୁର୍ଦ୍ଧା ବିଗ୍ରହ କରନ୍ତି ସାଗ୍ରହେ

ନାଗପୁରୀ ପରିଧାନ ।


ଚାଦର ଆବୃତ୍ତ ଦାରୁ କଳେବର

ଶ୍ରୀକପଡା ଶୋହେ ଶିରେ

ଚାଦରର ବେନି ପାର୍ଶ୍ଵ ପ୍ରଳମ୍ବିତ

ଅଭୟ ବରଦ କରେ ।


ରତ୍ନ ଆଭରଣ ଅଙ୍ଗ ଆବରଣ

ଶୋଭା ସହସ୍ର ଗୁଣିତ

ଚନ୍ଦ୍ର ସୂର୍ଯ୍ୟ ଆଡକାନି ନଳିଭୁଜ

ହରିଡ଼ାମାଳି ସହିତ ।


ବିପୁଳ କଟିରେ କମରପଟିରେ

କି ସୁନ୍ଦର ପରିପାଟୀ

ଶ୍ରାଦ୍ଧ ସମୁଚିତ ବେଶରେ ଖଚିତ

ଶଶାଙ୍କ ଧବଳ ଶାଟୀ ।


Rate this content
Log in

Similar oriya poem from Inspirational