ଭିଟାମାଟି
ଭିଟାମାଟି
ଯେଉଁଠି ଜନନୀ ଜଠରରୁ ଜନ୍ମି
ଡାକ ଦେଲି କୁଆଁ କୁଆଁ
ସେହି ମାଟି ମୋର ଚିର ସହଚର
ଭିଟାମାଟି ତାର ନାଁ ।
ହେଉ ପଛେ ମାଟି ଧୂଳି ଧୂସରିତ
ତାହା ମୋର ଚିତ୍ରଶ|ଳା
ଚିତ୍ରାର୍ପିତ ହୋଇ ରହିଛି ସକଳ
ସ୍ମୃତିର ସଜଳ ବେଳା ।
ପିତାଙ୍କ ଶାସନ ମାତାଙ୍କ ସେନେହ
ସହଚର ସାହଚର୍ଯ୍ୟ
ତାହା କୋଳେ କେତେ ପାଳିତ ଅତୀତେ
ନାନା ମାଙ୍ଗଳିକ କାର୍ଯ୍ୟ ।
ଆଜି ସେ ମିଳନ ମଧୁର ଅତୀତ
ବିରହରେ ଜରଜର
ନାହାନ୍ତି ଆତ୍ମୀୟ ତାଙ୍କ ପରିଚୟ
ଗ୍ରୀଷମର ଶୁଷ୍କ ଝର ।
ମହୀ ପରି ମହିୟସୀ ଭିଟାମାଟି
ଅତୁଟ ତାର ବନ୍ଧନ
ନହେବ ପାଶୋରି କେବେ ବି ତାହାରି
ଅନବଦ୍ୟ ଅବଦାନ।
