ନବାଙ୍କ ବେଶ
ନବାଙ୍କ ବେଶ
ନେତ୍ରେ ଆଙ୍କେ ଛବି
କବିତା ଲେଖେ କବି
ମକର ବାସରେ ନବାଙ୍କ ବେଶରେ
ବିଜେ ହରି ହଳୀ ଭଦ୍ରା
ରତ୍ନ ସିଂହାସନେ ପ୍ରକଟେ ନୟନେ
ଭୁବନ ମୋହନ ମୁଦ୍ରା ।୧। ଭ
ମକରର ଚୂଳ ମସ୍ତକ କମଳେ
ସାବଲୀଳେ ଦୋଳାୟିତ
ପୁଷ୍ପ ଲାଳନ୍ତିକା ଅମଳ ମାଳିକା
ଭୁଜ ବନ୍ଧେ ଲୀଳାୟିତ ଭ।୨।
ଦୁର୍ଲ୍ଲଭ ଦୁକୁଳ ଶ୍ରୀଅଙ୍ଗ ସୁଢ଼ଳ
ଆଚରଣ ପରିଧାନେ
ମକର ଅକ୍ଷତ ପଦେ ନିବେଦିତ
ଶାସ୍ତ୍ରୋକ୍ତ ବିଧି ବିଧାନେ ।୩।
ମକରର ପୂର୍ବ ଦିବସେ ନବାଙ୍କ
ମକରେ ଚୌରାଶି ବେଶ
ଦର୍ଶନେ ଚୌରାଶି ଯୋନି ଯାତନାରୁ
ମିଳେ ମୁକ୍ତିର ଉଲ୍ଲାସ ।୪।
ଦ୍ବାଦଶ ମାସରେ ବତିଶ ବେଶର
ମହୋତ୍ସବେ ମୁଖରିତ
ନୀଳାଦ୍ରି ପ୍ରାସାଦ କୋଣ ଅନୁକୋଣେ
କରୁଣା କଣା କ୍ଷରିତ ।୫।
