STORYMIRROR

Jnyana Ranjan Dash

Inspirational

3  

Jnyana Ranjan Dash

Inspirational

ଆମେରେ ଅମୃତ ସନ୍ତାନ

ଆମେରେ ଅମୃତ ସନ୍ତାନ

1 min
172


ମନୁର୍ଭବ ଆମେ ଉଦ୍ଭବ ଧରାରେ

ଅମୃତ ସନ୍ତାନ ସାଜି

ପିତା ପରମେଶ ଦେଇଛନ୍ତି ଚିତ୍ତେ

କେତେ ସଦ୍ଭାବକୁ ଖଞ୍ଜି ।୧।


ସ୍ନେହ ଦୟା କ୍ଷମା ସମତା ମମତା

ମୈତ୍ରୀ ଶାନ୍ତି ସୁହୃଦତା

ସୁଗୁଣ ଆବଳୀ ବଳେ ଉଜ୍ଜୀବିତ

ମହାର୍ଘ ମାନବିକତା ।୨।


ମାନବ ସେବା ହିଁ ମାଧବଙ୍କ ସେବା

ଏହା ଆମ ପୁଣ୍ୟବ୍ରତ

ଦୀନ ଦୁଃଖୀ ଜନ ପାଇଁ କାନ୍ଦେ ମନ

କରୁ ଶୋକ ଅଶ୍ରୁପାତ ।୩।


ଜଣ ପାଇଁ ନୁହେଁ ଗଣର ହିତରେ

ସମର୍ପିତ ଏ ଜୀବନ

ଦେଶ ଦଶ ରକ୍ଷା ଦୁର୍ନିବାର ଦୀକ୍ଷା

ଧାରୀ ଆମେ ଆଜୀବନ ।୪।


ଅମୃତ ସନ୍ତାନ ରୂପେ ଚିରନ୍ତନ

ଚିନ୍ତନରେ ଓତଃପ୍ରୋତ

ବିବିକ୍ତ ମରୁ ପ୍ରାନ୍ତରେ ବୁହାଇବୁ

ଦେବ ପ୍ରାଣର ପ୍ରପାତ ।୫।


Rate this content
Log in

Similar oriya poem from Inspirational