ଆର୍ଯ୍ୟବଧୂ
ଆର୍ଯ୍ୟବଧୂ
କେତେ ଶ୍ରଦ୍ଧାରେ ଜନମିଲି
ଝିଅଟିଏ ହୋଇ
ଫିଟିଲା ମୋହର ବୟସ
ବଡ ହୋଇ ।
ମୋର ବିବାହ ବୟସ ତ
ଆସିଲା
ବାପା ମାଆଙ୍କ ମୁଣ୍ଡରେ
ବଜ୍ର ପଡିଲା ।
ଖୋଜି ଖୋଜି ପାଇଲେ
ଉତ୍ତମ ପାତ୍ର,
କନ୍ୟା ଦାନେ ବଦଳିଲା
ମୋର ଗୋତ୍ର ।
ଗଢି ହୋଇଥିଲି ବାପା
ମାଙ୍କ ସ୍ନେହରେ
ଭବିଷ୍ୟତ କଟିବ ତାଙ୍କ
କଲ୍ୟାଣରେ ।
ଗଢିଲି ପରା ମୋର
ନୂଆ ସଂସାର,
ଶାଶୁ ଶ୍ୱଶୁର ସେବା ମନ୍ତ୍ର
ହେଲା ମୋର ।
ବୋଲନ୍ତି ଗୃହକର୍ତ୍ତ୍ରୀ ମନ୍ଦିର
ରୂପକ ଘରେ
ଆହାକି ଖୁବ ସୁନ୍ଦର ପରିଭାଷା
ମୋରରେ ।
ସମସ୍ତଂକୁ ନିଜର ଭାବିଲି,
ପଡିଗଲି ବନ୍ଧା,
ମନରେ ଅଛି ଘରୋଇ
ଅତ୍ୟାଚାର ବ୍ୟଥା ।
ପେଟେ ଭୋକ ଥାଇ ସାଜିଛି
ପରା ଘରଣୀ ,
ଶାଶୁ ଗରଜନ୍ତି କେତେ କଥା
ଜାଣି ଜାଣି ।
ନଣନ୍ଦ କେତେ ମିଛ ନାଟ
ଲଗାଇ ଥାଏ ,
ଶାଶୁ ଗରଗର, ନଣନ୍ଦର
ଦୋଷ ନଥାଏ ।
ରହିବି ପରା ପତି ଦୁଃଖେ
ହୋଇ ଦୁଃଖୀ
ପତି ଭାବନାକୁ ନବୁଝିନ୍ତି, ସୂର୍ଯ୍ୟ
ଅଛନ୍ତି ସାଖୀ ।
ତଥାପି କର୍ମ ମୋତେ
କରିବାକୁ ହେବ
ଶବ ପରା ଶାଶୁ ଘରୁ
ମଶାଣିକୁ ଯିବ ।
ଏଠି ମନେ ପଡେ ସେଇ
ଆର୍ଯ୍ୟବଧୂ କଥା
ସାବିତ୍ରୀ ବ୍ରତଟି ପାଖେଇ ଆସେ,
ଘୁରାଏ ମଥା ।
ଆର୍ଯ୍ୟବଧୂ ଅଶ୍ଵପତି କନ୍ୟା
ମହାସତୀ ,
ସାବିତ୍ରୀ ନାମ, ପତି ଥିଲେ
ତା ଗତି ମୁକ୍ତି ।
ପତି ପ୍ରାଣ ଗଲା ଜଂଗଲେ
ସର୍ପ ଦଂଶନରେ
ରକ୍ଷା କଲେ ସ୍ବାମୀଙ୍କୁ ତୋଷି
ଯମଙ୍କୁ ଭକ୍ତିରେ ।
ପାଳୁଛନ୍ତି ସ୍ବାମୀଙ୍କ ଦୀର୍ଘ
ଆୟୁ କାମନା କରି ,
ସାବିତ୍ରୀ ବ୍ରତଟି ପାଳନ୍ତି
ପ୍ରତ୍ୟେକ ସଧବା ନାରୀ ।
ବ୍ରତର ଆଦର୍ଶ ଆଜି ତ
ବଦଳି ଗଲାଣି
ଆଡମ୍ବରେ ବେଶୀ, ମହତ୍ତ୍ୱ
ତ ଭୁଲିଲେଣି ।
ମୁଣ୍ଡ ବୁଲାଏ ମୋ ଗରିବ
ପିତା ମାତାଂକର ,
ଶୁଣି ଦର, ଫଳମୂଳ ସହ
ପୂଜା ସାମଗ୍ରୀର ।
ଯେତେ ଭୋଗ ଶାଢ଼ୀ ଓ
ଚୁଡି ବାପା ଆଣିଲେ
ସନ୍ତୁଷ୍ଟ ହୁଅନ୍ତିନି ଶାଶୁ ନଣନ୍ଦ
ସ୍ୱାମୀ, ଯେତେ ଦେଲେ ।
ଆଶଙ୍କାରେ ଅଛି ମନ ହୃଦୟ
ସ୍ପନ୍ଦନରେ
କମ୍ପଇ ଶରୀର ମୋର ଏବେ
ପରା ଭୟରେ ।
କୁହ ମୋତେ ଆର୍ଯ୍ୟବଧୂ ସାରା
ଅତୀତ ହଜାଇ ଦେଲ
ଏ କି ବ୍ୟବସ୍ଥା ମୋର ସାରା
ସମ୍ପର୍କକୁ ଭୁଲେଇ ଦେଲ ।
