STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ଆରୁଣୀ

ଆରୁଣୀ

1 min
434

           

ପୁରାକାଳେ ଘନ ବନ ଜଙ୍ଗଲରେ   ନିର୍ମାଣ କରି ଆଶ୍ରମ

ମୁନି,ଋଷି ବିଦ୍ୟାଶିକ୍ଷା ଦେଉଥିଲେ      ସଙ୍ଗେଘେନି ଶିଷ୍ୟଗଣ

ଧୈ।ମ୍ୟଋଷି ଥିଲେ ତନ୍ମଧ୍ୟେ ଅନନ୍ୟ ତାଙ୍କ ତତ୍ତ୍ଵାବଧାନରେ

ସଂଯମତା,ଭକ୍ତି,ବିଦ୍ୟା, ବୁଦ୍ଧି ଗୁଣ  ଶିଷ୍ୟ ଆହରଣ କରେ


ଦିନେ ଧୈ।ମ୍ୟଗୁରୁ ଦେଖିଲେ ଅଦୂରୁ ଶାନ୍ତ ସୈାମ୍ୟକାନ୍ତ ଯୁବା

ଜିଜ୍ଞାସୁ ଦୃଷ୍ଟିରେ ଆଶ୍ରମ ବାହାରେ   ଅନ୍ଵେଷଣ କରେ କିବା

ପୁଚ୍ଛନ୍ତି କି ନାମ କାହା ଅନ୍ଵେଷଣ   ଆଶ୍ରମରେ କିକାରଣେ

ଆରୁଣୀ ମୋ ନାମ ତବ ଅନ୍ଵେଷଣ  କରି ଆସିଛି ଆଶ୍ରମେ


ମୋତେ ଶିଷ୍ୟପଣେ ଗ୍ରହଣ କରିଲେ  ମୋ ଜୀବନ ହେବଧନ୍ୟ

ଗୁରୁଙ୍କ ପୟରେ ସେବାବ୍ରତୀ ହୋଇ   କରିବି ବିଦ୍ୟାଧ୍ୟୟନ

ତା ଜ୍ଞାନପିପାସା,ସରଳତା, ଭକ୍ତି-   ମତ୍ତାରେ ମୁଗ୍ଧ ହୋଇ

ଆଦେଶିଲେ ଗୁରୁ ସସ୍ନେହେ ତାହାକୁ   ଆଶ୍ରମେ ରହିବାପାଇଁ


କ୍ରମେ ଗ୍ରୀଷ୍ମଅନ୍ତେ ପ୍ରାବୃଟ ପ୍ରବେଶେ  ଗୁରୁଙ୍କର ଶଶ୍ୟକ୍ଷେତ୍ର

ନିୟନ୍ତ୍ରଣ ଭାର ଆରୁଣୀ ଉପରେ ଗୁରୁ  କରିଦେଲେ ନ୍ୟସ୍ତ

ବରଷାର ଜଳ ନିର୍ଗତ ନହେବ    କ୍ଷେତ୍ରରେ ରହିବା ପାଇଁ

ଘାଇବନ୍ଧାଇବା ଉଦ୍ଦ୍ୟେଶେ ଆରୁଣୀ ଗଲା ଗୁରୁ ଆଜ୍ଞା ନେଇ


ଦେଖିଲା ଯାଇସେ ଘାଇଦେଇ ଜଳ-  ସବୁବହି ଯାଉଅଛି

ଅନେକ ଉଦ୍ୟମେ ଯେତେବନ୍ଧାଇଲେ  ଘାଇ ରୁଦ୍ଧ ନହେଉଛି

ଉପାୟ ନପାଇ ନିଜେ ତହିଁ ଯାଇ ଘାଇମୁହେଁ ଗଲା ଶୋଇ

ଦିନବିତି ରାତି ହେଲାଣି ଆଶ୍ରମେ  ଆରୁଣୀ ତ ଫେରିନାହିଁ


କାହିଁଗଲା ବୋଲି ଶିଷ୍ୟସଙ୍ଗେ ଯାଇ  ଶଶ୍ୟକ୍ଷେତ୍ରେ ଉପଗତ-

ହୋଇ,ଯା ଦେଖିଲେ ଗୁରୁ ଶିଷ୍ୟ ସର୍ବେ ହୋଇଲେ ହତଚକିତ

ଶିଷ୍ୟର ଅବସ୍ଥା ଦେଖିଣ ଆଚାର୍ଯ୍ୟ  ଧୈର୍ଯ୍ୟ ନପାରିଲେ ଧରି

ପାଣିଯାଉ ଶଶ୍ୟନହେଉ, ଏରତ୍ନ   ଅକାଳେ ନଯାଉ ଝରି


ଧନ୍ୟ ରେ ଆରୁଣୀ ଧନ୍ୟତୋର ଭକ୍ତି ଧନ୍ୟତୋ କର୍ତ୍ତବ୍ୟ ନିଷ୍ଠା

କୋଳାଗ୍ରତ କରି ଋଷି ବୋଲୁଛନ୍ତି   ଧନ୍ୟ ତୋର ପିତାମାତା

ଶିଷ୍ୟପଣେ ତୁହି ଅତୁଳନୀୟ ରେ  ଧନ୍ୟ ତୋର ଧୈର୍ଯ୍ୟ ପଣ

ପରୀକ୍ଷାରେ ତୁତ ଉତ୍ତିର୍ଣ୍ଣ ହୋଇଛୁ   ଲଭିଅଛୁ ଶ୍ରେଷ୍ଠ ସ୍ଥାନ


ଆରୁଣୀକୁ ଧରି ସଶ୍ରଦ୍ଧେ ଆଶ୍ରମେ  ଫେରିଲେ ଧୈ।ମ୍ୟମୁନି

ଶିଷ୍ୟପଣେ ସ୍ଵର୍ଣ୍ଣାକ୍ଷରେ ଏବେ ସୁଦ୍ଧା  ନାମ ରହିଛି ଆରୁଣୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract