Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Classics Inspirational

4  

Sadananda Sahoo

Classics Inspirational

ଆନ୍ତର୍ଜାତୀୟ ପଖାଳ ଦିବସ

ଆନ୍ତର୍ଜାତୀୟ ପଖାଳ ଦିବସ

1 min
169



ଜଗନ୍ନାଥ ଦେଶ ଓଡ଼ିଶା ପ୍ରଦେଶ

   ପଖାଳ ହାଣ୍ଡିର ପିଣ୍ଡ.  ;

ନିଆରା ଏ'ଖାଦ୍ୟ ବିଶ୍ଵରେ ବିରଳ

   ଉଦରେ ପକାଏ ମଣ୍ଡ.  !!


ସଂସ୍କୃତି ବିଭବି ଜଗନ୍ନାଥ ଛବି 

    ଉତ୍କଳୀୟ ପରମ୍ପରା ; 

ପଖାଳ ସହିତ ପ୍ରଭୁତ ଜଡିତ

   ଛପନ ଭୋଗରେ ପରା !!


କଳିଙ୍ଗ ଉତ୍କଳ ବହୁ ପୁରାତନ

   କୃଷି କର୍ମକାର.ବୀର.; 

ପଖାଳରେ ତୃପ୍ତି ଚଷା ପୁଅ ନିତି

   ତୋରାଣି ସରାଗି ନର. !! 


ଆହକି ସଂଯୋଗ ଲାଗଇ ବିଚିତ୍ର

    ପଖାଳ ପରାଣ ମିତ. ;

ଶାଗ ଭଜା ସଙ୍ଗେ ପଖାଳ ମହକେ

     ବଡିଚୁରା ଝୁରେ ସତ. !! 


ଟିକି ଚୂନା ମାଛ ପଖାଳର ସଂଗ

    ଟାମ୍ପେର ଶୁଖୁଆ ଛେଚା ;

ରସୁଣକୁ ଲଙ୍କା ସଜାଡ଼ି ରଖିଥା

    ଖାଇ ଦେବି ଦୁଇ କଂଶା !!


ପଖାଳ ସହିତ ଘନିଷ୍ଠ ସମ୍ପର୍କ

    ବସାଦହି କଞ୍ଚା ଲଙ୍କା ;

ସବୁଠୁ ବଢିଆ ଛୁଇଁ ଆଳୁ ଭଜା

    ମେଣ୍ଟିଯିବ ସବୁ ଆଶା !!


ମାଆ ହାତ ରନ୍ଧା ପଖାଳ ପରସା

    ଭୁଲିତ ହବନି ଜମା ;

 କେତେସେ ବ୍ୟଞ୍ଜନ କରଇ ଯୋଗାଡ

    ପୁତ୍ରସ୍ନେହୀ ସୁନା ମାମା !! 

        

 ଶୁଖୁଆ ପୋଡାଠୁ ଆଳୁ ଚୋଖା ଯାଏ

     ଯତନେ ପରସେ ମାଆ ; 

କ୍ଷେତରୁ ଆସିବ ମୋ ଯୋଦ୍ଧା ସୈନିକ

      ପଖାଳ ତାହାର ସାହା  !! 


ଏପରି ଏ'ଖାଦ୍ୟ ବିଶ୍ଵରେ ବଦିତ

    ଗ୍ରୀଷ୍ମକାଳେ ସ୍ବାସ୍ଥ୍ୟପ୍ରଦ. ;

ଉଦରକୁ ଥଣ୍ଡା ରଖଇ. ସର୍ବଦା

    ଭାରି ମିଷ୍ଠକ ତା'ସ୍ଵାଦ.  !!


ପଞ୍ଚ ତାରକାରେ ପଖାଳ ମହକେ

     ସୁଲଭ ଦରରେ ଆଜ ; 

ଭଳିଭଳି ପୁଣି  ବ୍ୟଞ୍ଜନର ଥାଳି

     ସଜାଡ଼ି ଦିଅନ୍ତି ସଜ. !!


ଦେଶ ବିଦେଶରେ ପଖାଳ ଖ୍ୟାତିରେ

     ସବୁଠି ଏ'ଗ୍ରହଣୀୟ .  ;

ସବୁରି ଆଦର ପଖାଳରେ ମୋହ

     ଉତ୍କଳୀୟ ବାଞ୍ଛନୀୟ . !!


ପାଳୁଛି ଏ ବିଶ୍ଵ ପଖାଳ ଦିବସ

    ଗୌରବ ଗାଥାକୁ ଗାଇ ; 

ସର୍ବଶ୍ରେଷ୍ଠ ଖାଦ୍ୟ ଜଗନ୍ନାଥ ମିତ୍ର

    ନିଆରା ମହକ. ଭାଇ !! 


ମାର୍ଚ୍ଚ ମାସର ଏ କୋଡିଏ.ତାରିଖ

     ପଖାଳ ପଞ୍ଜିକା ସ୍ମୃତି ;

ପଖାଳ ଦିବସ ପାଳନେ ହରଷ.

   ମନପ୍ରାଣେ ଭରେ ଶାନ୍ତି  !! 



Rate this content
Log in

Similar oriya poem from Classics