ଆନ୍ତର୍ଜାତୀୟ ବନ୍ଧୁତା ଦିବସ
ଆନ୍ତର୍ଜାତୀୟ ବନ୍ଧୁତା ଦିବସ
ଆନ୍ତର୍ଜାତୀୟ ବନ୍ଧୁତା ଦିବସ ଟି
ଅଟେ ଜୁଲାଇ ତିରିଶ,
ବନ୍ଧୁତା ଅଟଇ ସବୁଠାରୁ ଶ୍ରେଷ୍ଠ
ଭରେ ମନରେ ପିୟୁଷ l
ମନ ଦୁଃଖବନ୍ଧୁ ଲାଘବ କରନ୍ତି
ଆଶ୍ୱାସନା ସଦା ଦେଇ,
କ୍ଷୀର ନୀର ପ୍ରାୟ ସମ୍ପର୍କ ବନ୍ଧୁତା
ଭିନ୍ନା ଭିନ୍ନ କିଛି ନାହିଁ l
ଯେତେ ଦୂରେ ଯିଏ ରହିଲେ ବି ତାଙ୍କ
ବନ୍ଧୁତ୍ୱ ନହୁଏ କ୍ଷୁର୍ଣ୍ଣ,
ବିପଦ ଆପଦେ ଉତ୍ସବ ବ୍ୟସନେ
ହୋଇଥାନ୍ତି ଏକମନ l
ବନ୍ଧୁ ମହାନ୍ତିଙ୍କୁ ଭୋଗ ଥାଳି ଦେଲେ
ପ୍ରଭୁ ତାଙ୍କ ଦୁଃଖ ଦେଖି,
ସୁଦାମା ଙ୍କୁ ଦେଲେ ସକଳ ଐଶ୍ୱର୍ଯ୍ୟ
ଖୁଦ ଭଜା ତାଙ୍କ ଚାଖି l
ନୟନରୁ ଯଦି ବହିଯାଏ ଲୁହ
ବନ୍ଧୁ ସାଜିଥାଏ ହାତ,
କହିବା ପୂର୍ବରୁ ବୁଝି ଯାଇଥାଏ
ମନର କଥାକୁ ସେତ l
ସମାଜରେ ଯଦି ସଭିଙ୍କ ମଧ୍ୟରେ
ବନ୍ଧୁତା ଭାବ ବଢିବ,
ଇର୍ଷା ଦ୍ୱେଷ ଆଦି ଲୋପ ପାଇଯାଇ
ସମାଜ ମଙ୍ଗଳ ହେବ l
ଦେଶ ଦେଶ ଆଉ ରାଜ୍ୟ ରାଜ୍ୟ ମଧ୍ୟେ
ରହିଲେ ବନ୍ଧୁତ୍ୱ ଭାବ,
ଶାନ୍ତି ପ୍ରୀତିମୈତ୍ରୀ ବିରାଜିତ ହୋଇ
ଯୁଦ୍ଧ ହିଂସା ଦୂର ହେବ l
ମିତ୍ରତା ବଢିଲେ ସଭିଏଁ ସଭିଙ୍କ
ସୁଖ ଦୁଃଖ ସମୟରେ,
ହାତକୁ ମିଳାଇ ସହଯୋଗ କଲେ
ଦୁଃଖ ଚାଲିଯିବ ଦୂରେ l
ବନ୍ୟା ବାତ୍ୟା ଅବା ମରୁଡି ସମୟେ
ଏକମନ ସର୍ବେ ହୋଇ,
ପରସ୍ପର ଦୁଃଖ ଲାଘବ କରିବେ
ସହୃଦୟ ତା ଦେଖାଇ l
ଆସରେ ଆଜିର ବନ୍ଧୁତା ଦିବସେ
ସଭିଏଁ ଶପଥ ନେବା,
ସମ୍ପର୍କ କୁ ଆମ ଦୃଢ଼ କରିବାକୁ
ସ୍ନେହ ପ୍ରେମ ବୁଣିଦେବା l
