STORYMIRROR

Banalaxmi Mohanty

Inspirational

4  

Banalaxmi Mohanty

Inspirational

ଆଣିଦେବକେ ମୋ ପିଲାଦିନ

ଆଣିଦେବକେ ମୋ ପିଲାଦିନ

1 min
190

ଆଣି ଦେବ କେ ମୋ ପିଲାଦିନ

ଗାଁ ଟି ମୋର କେଡେ ସୁନ୍ଦର 

     ନାହିଁ ତା ପଟାନ୍ତର

ସବୁଜ କ୍ଷେତ ଗାଁ ଗୋହିରୀ

    ଆହା କି ମନୋହର ।


ଅରମ୍ଭ ହେଲେ ଗାଁ ଟି ମୋର

   ଗଜଲକ୍ଷ୍ମୀ ଙ୍କ  ମନ୍ଦିର 

ଗାଁ ମଝିରେ ମା ମଙ୍ଗଳା 

   ଗ୍ରାମଦେବତା  ମୋର  ।


ଗାଁ ଶେଷରେ ଅଛନ୍ତି ପୁଣି

   ବାବା ମୋ ଗୋଠେଶ୍ଵର

ମା, ପାର୍ବତୀ ଶୋଭା ପାଆନ୍ତି 

    ଅଛନ୍ତି ମହାଵୀର   ।


ପିଲାଦିନରେ ତା ତୋଟାମାଳେ

    ଖେଳିଛି କେତେ ଖେଳ

ବାଘେଣୀ ନଈ ପାଣିରେ ପୁଣି

    ଗାଧୁଆ ଖରା ଵେଳ  ।


ସାଙ୍ଗସାଥିଙ୍କ ମେଳରେ ଆମେ

      ଧରିଛୁ କେତେ ମାଛ

ରୋହୀ, ଗଡିଶା, ବାକିଆ ଆଣି

     ଵୋଉକୁ କହେ ଵାଛ ।


ରଜ ପରବେ ଡୁଡୁ ଵାଗୁଡି 

      ଵୋହୂଚୋରୀ ର ଖେଳ

ଦୋଳପରଵେ ସାଙ୍ଗମେଳରେ

      ରଙ୍ଗ ଅବିର ଖେଳ  ।


କାହିଁ ଗଲା ସେ ଅତୀତ ସ୍ମୃତି 

      ପାଏନା  ଆଜି ଖୋଜି 

ଆଣିଦେବ କେ ମୋପିଲାଦିନ

      କୁଆଡେ ଗଲା ହଜି।


Rate this content
Log in

Similar oriya poem from Inspirational