ଆନମନା
ଆନମନା
ପ୍ରୀତିଲଗ୍ନା ତୁମେ
ଇପ୍ସାର କାଗଜରେ
କାଗଜ ଡ଼ଙ୍ଗାଟିଏ
ମୋ ଲାଗି ଗଢ଼ିଦେଵ ।
କିଛି ତୁମ କଥା
ଆଉ କିଛି ଆମ କଥା
ସ୍ୱପ୍ନ ଫରୁଆରେ
ନିବୁଜ କରି
ସ୍ମୃତିର ଦରିଆରେ ଭସେଇବ ।
ଆଉ ଶୁଣ ଇନ୍ଦ୍ରଧନୁର ରଙ୍ଗ
ଭରିବ ସେଥିରେ
ଯେମିତି ଦୃଶ୍ୟମାନ
ହେବ ସେ ଉତ୍ତାଳ ତରଙ୍ଗ
ବୁକୁ ଭେଦୀ ଉଜ୍ଜ୍ଵଳ ମୋତେ ।
ମୁଁ ଯେ ଦରିଆ ଏପାଖେ
କରୁଛି ପ୍ରତୀକ୍ଷା
ସେଇ ସ୍ୱପ୍ନ ଡ଼ଙ୍ଗାର
ଅନାଦି କାଳରୁ
ତୁମଠୁ ଦୁରେ ଯିବାଦିନୁ ।
ମୋ ରାଣ ତତ୍ପର ହୁଅ
ଏଇ ଇପ୍ସା ମୋର
ହୁଏତ ଶେଷ ଇଛା
ଆଉ ମାଗିବିନି କିଛି
ସମୟ ଯେ କମ ଅଛି ।
କି ବିଶ୍ୱାସ କୁହ ନିଶ୍ୱାସକୁ
ଆଜି ଅଛି କାଲି ନାହିଁ
କାଳେ ସାରିଯିବ ମୋ ପାଇଁ
ପ୍ଲିଜ ଟିକେ ତତ୍ପର
ହେଇ ପଠେଇ ଦିଅ
ଏ ପ୍ରୀତିଲଗ୍ନା
କ'ଣ ଶୁଣିପାରୁଛ ତ ।

