STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଆମରି ଗାଆଁ ବିଚ୍ଛିନ୍ନାଞ୍ଚଳରେ

ଆମରି ଗାଆଁ ବିଚ୍ଛିନ୍ନାଞ୍ଚଳରେ

1 min
184


 

ସୁନ୍ଦର ମୋ ଗାଆଁଟି


ଭଲ ଲାଗେ ତାହାରି କୋଳଟି କରେ ସଂସ୍କାର ମୁଗ୍ଧଟି


ଜନମ ମୋର ତାହାରି କୋଳେ


ଖେଳିଛି ମୁହିଁ ସାଥିର ମେଳେ


କିଏ ସେ ହେବ ତାହାରି ସରି


ନାହିଁ ତୁଳନା ଆଉ କାହାରି


ଅଟେରେ ଆମ ଗାଆଁଟି


ନ ଭୁଲିବା ତାକୁଟି !!


ଯାହା ଭି ଆଜି ତାହାରି ପାଇଁ


ତାର ସଂସ୍କାରେ ବଢିଛେ ଯହିଁ


ଭାଷା ଜ୍ଞାନ ଜନନୀ କୋଳୁ


ଓଡ଼ିଆ ଶିକ୍ଷା ସାଥିଙ୍କ ମେଳୁ


ମୋର ଏ ଛୋଟ ଗାଆଁଟି


ଭଲଲାଗେ ଅତିଟି !!


କରେ ଆଦର ନିତ୍ୟେ ତାହାରି


ଭଲ ଲାଗେ ଟି ନଦୀ ପୋଖରୀ


ଲାଗେଟି ଭଲ ଆମ୍ବ ଉଦ୍ୟାନ


ଶୁଭେଟିରେ ଭକ୍ତି ସ୍ବନ୍ନ


ହୁଏ ପ୍ରଫୁଲ୍ଲ ମନ !!


ଶଙ୍ଖ ଧ୍ବନିରେ ସଞ୍ଜ ସକାଳେ


ଶିବ ମନ୍ଦିର ଗାଆଁର କୋଳେ


ରାଧା କୃଷ୍ଣଙ୍କ ମନ୍ଦିର ଅଛି


ରାବ୍ ତହିଁରୁ ଶୁଭୁଛି


ପ୍ରଭୁ ନାମ ଗୁଞ୍ଜୁଛି !!


ନାମ କଳାବାଡିଆ ଗାଆଁର


ଅଟେ ବିଚ୍ଛନ୍ନାଚଳ ଆମର


ଓଡ଼ିଆ ଗାଆଁ ଅଟେ ଯାହାର


ଜଗାଙ୍କ ଭକ୍ତି ଏଠାର


ରାଷ୍ଟ୍ରେ ପ୍ରୀତ ଆମର !!



Rate this content
Log in

Similar oriya poem from Abstract