Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparti Charan Sethi

Tragedy

3  

Aparti Charan Sethi

Tragedy

ଆମେ

ଆମେ

1 min
7



'ଆମେ' ଶବ୍ଦଟି ମଧୁର ‌ ଅତି

   ସତେ ପିୟୂଷ ରସ,

'ଆମେ' ଶବ୍ଦଟି ପ୍ରତି ଓଠର

   ଅନ୍ତର ଖୋଲା ହସ।

ଆମେ ସବୁଠୁଁ ମିଠା ସିନିହ 

   ଏକତା ପ୍ରେମ ଡୋର,

ଆମ ଭାବନା ଏକ ହୋଇଲେ

   ଅନ୍ଧାର ହେବ ଦୂର।

ଆମେରେ ଏଠି ନାନା କୁସୁମ

   ଏ ଧରା ଉପବନେ‌,

ମମତା ବାସ ବିତରି ଦେବା

   ସର୍ବଦା ପ୍ରତି ପ୍ରାଣେ।

ଆମରି ପାଇଁ ଆମରି ଦ୍ଵାରା

   ଆମରି ମାନଙ୍କର,

ଆମେ ଦେଶର ଗଣତନ୍ତ୍ରଟି

   ଆମେ ତ ସରକାର।

ଆମେ ତୁମର ଆତ୍ମା ହେ ବନ୍ଧୁ

   ପର ଭାବନି କେବେ,

ଆମେ ତୁମର ପାଖେ ରହିଛୁ

  ବିପଦ ଆସେ ଯେବେ।

ଆମେ ତୋଳିଛୁ ପ୍ରୀତି କୋଣାର୍କ

   ଭାବ ନିହାଣ ଧରି,

ଆମେରେ ବାରଶ କାରିଗର

   କେ ହେବ ଆମ ପରି‌।

ଆମେ ଦେଶର କାନ୍ଧ ଯେ ବନ୍ଧୁ

   ଦାୟୀତ୍ବ ଆମ ଭାର,

ଆମେ ହାତର ପାଞ୍ଚ ଆଙ୍ଗୁଳି 

   ପ୍ରତ୍ୟେକ ବଳିଆର।

ଆମେରେ ବିନ୍ଦୁ ବିନ୍ଦୁଏ ଜଳ

   ମିଶିଲେ ହେବୁ ସିନ୍ଧୁ,

ଆମକୁ ଜଣା ଭଲପାଇବା

    ପ୍ରେମ କିମିଆଁ ଯାଦୁ‌।

 ଆମେ ମୁଠାଏ ଖାଦ୍ୟ ଦେଶର

    ଆମେ ଦେଶର ପ୍ରାଣ,

ଆମ ବିହୁନେ ଅଦିନ ଝଡ଼

   କରିବ ନାରଖାର।

ସରବ ଧର୍ମ ସମନ୍ବୟର 

   ଆମେ ଅମୂଲ୍ୟ ବାଣୀ,

ଆମେ ଅଭେଦ୍ୟ ଗୋଟିଏ ଜାତି

   ସର୍ବେ ମାଣିକ ମଣି।

ଆମେ ତ ପରଷ୍ପର ବନ୍ଧନ

   ଗୋଟିଏ ସୂତ୍ର ହାର,

କେ ନୁହେଁ ବଡ଼ ସାନ ଆମଠିଁ

   ଏକ ପକ୍ଷୀର ପର।

ବସୁଧା ଆମ ଦୁଃଖିନୀ ମାଆ

   ଆମେ ହଳୁଆ ପୁଅ‌,

ମେହେନତରେ ମାଆ ପେଟକୁ

   ଖାଦ୍ୟ ମୁଠିଏ‌ ଦିଅ।

ସେ ଖାଦ୍ୟ ଅଟେ ପ୍ରେମର ଅନ୍ନ

    କେବଳ ମମତାର,

ହିଂସା କପଟ ତେଜିଲେ ମାଆ

    ଦୁଃଖ ହୋଇବ ଦୂର।



Rate this content
Log in

Similar oriya poem from Tragedy