Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4.5  

Bharatabandhu Biswal

Inspirational Others Children

ଆମେ ସର୍ବେ ଭାରତୀୟ

ଆମେ ସର୍ବେ ଭାରତୀୟ

1 min
221



ଜାତୀୟ ସଂହତି ମନ୍ତ୍ର ଏକ ସୂତ୍ରେ

ଆକୁମାରୀ ହିମାଳୟ

ବନ୍ଧା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ

ଆମେ ସର୍ବେ ଭାରତୀୟ ।

ଭୁଲି ଭେଦାଭେଦ ସଙ୍କୀର୍ଣ ଭାବନା

ଆମେ ଏକ ମନପ୍ରାଣ 

ଅବିରତ ଆମେ କରୁ ସୁଉଦ୍ଯମ

ବୃଦ୍ଧି କରୁ ଦେଶ ମାନ ।

ବିବିଧତା ମଧ୍ଯେ ଜାତୀୟ ଏକତା

ମୈତ୍ରୀ ପ୍ରୀତି ସଦ୍ଭାବନା

କରୁ ସୁପ୍ରତିଷ୍ଠା ନୂଆ କୀର୍ତ୍ତିମାନ 

ଲକ୍ଷ୍ଯ ଏକ ସଙ୍କଳ୍ପନା ।

ପ୍ରବିଧି ପ୍ରକଳ୍ପ ଜ୍ଞାନ ଓ ବିଜ୍ଞାନ

ନୂତନ ଅନୁସନ୍ଧାନ 

କ୍ଷେତ୍ରେ ମୋ ଭାରତ ହୋଇବ ଅଗ୍ରଣୀ

ସକ୍ଷମ ସଶକ୍ତମାନ ।


ଡରିଯିବୁ ନାହିଁ ଦେଖି ନାଲି ଆଖି

ଦେଶର ସୁରକ୍ଷା ଲାଗି

ପ୍ରାଣ ପଣେ ଆମେ କରିବୁ ସଂଗ୍ରାମ 

ଲଗାଇ ଜୀବନ ବାଜି ।

    


Rate this content
Log in