ଆମେ ସର୍ବେ ଭାରତୀୟ
ଆମେ ସର୍ବେ ଭାରତୀୟ
ଜାତୀୟ ସଂହତି ମନ୍ତ୍ର ଏକ ସୂତ୍ରେ
ଆକୁମାରୀ ହିମାଳୟ
ବନ୍ଧା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ
ଆମେ ସର୍ବେ ଭାରତୀୟ ।
ଭୁଲି ଭେଦାଭେଦ ସଙ୍କୀର୍ଣ ଭାବନା
ଆମେ ଏକ ମନପ୍ରାଣ
ଅବିରତ ଆମେ କରୁ ସୁଉଦ୍ଯମ
ବୃଦ୍ଧି କରୁ ଦେଶ ମାନ ।
ବିବିଧତା ମଧ୍ଯେ ଜାତୀୟ ଏକତା
ମୈତ୍ରୀ ପ୍ରୀତି ସଦ୍ଭାବନା
କରୁ ସୁପ୍ରତିଷ୍ଠା ନୂଆ କୀର୍ତ୍ତିମାନ
ଲକ୍ଷ୍ଯ ଏକ ସଙ୍କଳ୍ପନା ।
ଡରିଯିବୁ ନାହିଁ ଦେଖି ନାଲି ଆଖି
ଦେଶର ସୁରକ୍ଷା ଲାଗି
ପ୍ରାଣ ପଣେ ଆମେ କରିବୁ ସଂଗ୍ରାମ
ଲଗାଇ ଜୀବନ ବାଜି ।
