Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prusty Bilasini

Classics

4.5  

Prusty Bilasini

Classics

ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ

ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ

1 min
422


ପ୍ରାଚୂର୍ଯ୍ୟ ଆମର କଲମର ଗାର

ଆମ ସାହିତ୍ୟିକ ଭାଷା

ସ୍ନେହ ପ୍ରେମ ପ୍ରୀତି ରଙ୍ଗରେ ସଜାଏ

ଆମରି ଜୀବନ ଆଶା ।


ନିର୍ମଳ ଜ୍ୟୋତ୍ସ୍ନାର ଶବ୍ଦଗୁଚ୍ଛ ସ୍ବପ୍ନ

ସାହିତ୍ୟ ବିମ୍ବ ଅଧରେ 

କବି ଭାବୁକଙ୍କ କଲମରୁ କେତେ

ମଧୁର ଝରଣା ଝରେ ।


ସଂସ୍କୃତ ସଂସ୍କୃତି ପରମ୍ପରା ଆମ

କାହିଁ କେତେ ଦୂରେ ଭାସେ

ଓଡ଼ିଆ ସାହିତ୍ୟ ପ୍ରତିଷ୍ଠିତ ଆଜି 

ପାଉଛି ଦେଶେ ବିଦେଶେ ।


ଉଦ୍ୟମ ସଫଳ ହେଉଛି କବିଙ୍କ

ଧନ୍ୟ ଧନ୍ୟ ମୋ କଳିଙ୍ଗ

ଯୁଗସ୍ରଷ୍ଟା କବି ଲେଖନୀରୁ ଝରେ

କେତେ ଦୂରେ ରୂପ ରଙ୍ଗ ।


ଗର୍ବରେ କହିବା ଓଡ଼ିଆ ଆମେରେ

ଧନ୍ୟ ସାହିତ୍ୟିକ ଭାଷା 

ପୂର୍ଣ୍ଣଚନ୍ଦ୍ର ପରି ଉଜ୍ଜଳେ ଦିଗନ୍ତେ

ଆମରି ଆଶା ଭରସା ।


ପ୍ରେରଣା କବିଙ୍କୁ ସାହାସ ଯୋଗାଏ

ଜଗନ୍ନାଥ ଆମ ମନ୍ତ୍ର

ଶବ୍ଦ ଗୁଛ ଆମ ପରିଚୟ ରାଜି

ଆମେ ଓଡ଼ିଆ ସ୍ଵତନ୍ତ୍ର

ଜଗନ୍ନାଥ ଆମ ମନ୍ତ୍ର ।



Rate this content
Log in

Similar oriya poem from Classics