STORYMIRROR

Amit Bal

Classics Inspirational Others

3  

Amit Bal

Classics Inspirational Others

ସୁନା ଭଉଣୀ

ସୁନା ଭଉଣୀ

1 min
178

ଜଗତେ ରହିଛି ହଜାରେ ସଂପର୍କ

ମଣିଷ ପଣିଆ ନେଇ

ଭାଇ ଭଉଣୀର ସଂପର୍କ ପରିକା

ଆଉ କେ ସଂପର୍କ ନାହିଁ ।


ପିଲାଦିନ ବିତେ ସାଥେ ସାଥେ ରହି

ମାଆ ବାପା ଭଗ୍ନୀ ଭାଇ

ସମୟ ଚକ୍ରରେ ବଦଳେ ଦୁନିଆ

ଭଗ୍ନୀ ଯାଏ ଦୂର ହୋଇ ।


ଭଉଣୀର ସ୍ନେହ ଭଉଣୀର ଶ୍ରଦ୍ଧା

ଭାରି ମନେ ପଡେ ନୀତି

ମନେ ପଡେ ପୁଣି ଅଝଟ ତାଆର

ମିଠା ମିଠା କେତେ ସ୍ମୃତି ।


ସାଥି ହୋଇ ଦିନେ ସ୍କୁଲ ଯାଉଥିଲେ

ହାତେ ହାତ ଛନ୍ଦି ଦୁହେଁ

ସେଇ ସଂପର୍କକୁ ସ୍ବାର୍ଥେ ଅନ୍ଧ ହୋଇ

ଭୁଲିବା ସହଜ ନୁହେଁ ।


ସୁଖରେ ଦୁଃଖରେ ଭଉଣୀଟେ ସଦା

ପାଶେ ଆସି ଛିଡା ହୁଏ

ଭାଇର ମଙ୍ଗଳ ପ୍ରତିଟି କ୍ଷେତ୍ରରେ 

ସାରା ଜୀବନ ସେ ଚାହେଁ ।


ସୁନା ଭଉଣୀ ଟେ ସଭିଙ୍କୁ ଯେ ମିଳୁ

ଆଶା ଟିଏ ମନେ ଥାଏ

ଭାଗ୍ୟରେ ଥିଲେ ହିଁ ଭଉଣୀର ସ୍ନେହ

ଏ ଜୀବନେ ମିଳିଥାଏ ।


Rate this content
Log in

Similar oriya poem from Classics