ଆମେ ଭାରତ ମାଆ ର ସନ୍ତାନ
ଆମେ ଭାରତ ମାଆ ର ସନ୍ତାନ
ଆମେ ସେଇ ଭାରତ ମାଆର ସନ୍ତାନ
=============
ଡ଼.ପ୍ରଶାନ୍ତ କୁମାର ବିଶ୍ୱାଳ.
ଆମେ ସେହି ଭାରତ ମାଟିର ସନ୍ତାନ
ଆମେ ସେଇ ଭାରତ ମାଟିର ସନ୍ତାନ।
ଯାହାର ଓଠରେ ଗଙ୍ଗା ଆଉ
ହାତରେ ତ୍ରିରଙ୍ଗା କେତନ
ଆମେ ସେହି ଭାରତ ମାଟିର ସନ୍ତାନ।
ଆମେ ସେହି ଭାରତ ମାଆର ସନ୍ତାନ
ଆକାଶ ଠାରୁ ଯେ ମହାନ
ପୁଣି ଧରଣୀ ଠାରୁ ଧର୍ୟବାନ
ନାରୀର ଅନାଦରେ
ରୁଦ୍ରରୁପ ଦିନେ ନେଇଥିଲା ହନୁମାନ ,
ଆମେ ସେଇ ଭାରତ ମାଟିର ସନ୍ତାନ।
ଆମେ ଭାରତ ମାଆ ର ସନ୍ତାନ
କର୍ମଣ୍ୟ ବାଧିକରାସ୍ତୁ ଗାଏ ଯାର ସନ୍ତାନ
ପାପୀ ସଂହାରି ପୁଣି ଚୋରାଇଖାଏ ମାଖନ ,
ପିତାଙ୍କ ସତ୍ୟରକ୍ଷା କରି
ତ୍ୟାଗ କରେ ଯିଏ ସିଂହାସନ ,
ଆମେ ଭାରତ ମାଟିର ସନ୍ତାନ।
ଆମେ ସେହି ଭାରତ ମାଆର ସନ୍ତାନ
ଯେବେ ଶିକ୍ଷା ସଂସ୍କୃତି ଶକ୍ତିର ହୁଏ ଦହନ ,
ସେତେବେଳେ ହନୁମାନରଶକ୍ତିକୁ
ସ୍ମରଣ କରାଏ ଜାମ୍ବବାନ ,
ଆମେ ସେଇ ଭାରତ ମାଟିର ସନ୍ତାନ।
ଆମେ ଶିବାଜୀର ଶକ୍ତି ପୁଣି ଅଗସ୍ତିଙ୍କ ମାନ
ଅବିଶ୍ବାସ ଲାଗିଲେ ବି ସତ୍ୟ ସଦା ରହିଛି ସ୍ମରଣ
ସମାଜର ହିତଲାଗି ଲାଗି
ଦଧିଚିଙ୍କ ଅସ୍ଥିଦାନ
ଆମେ ସେହି ପୁଣ୍ୟମୟୀ
ଭାରତ ମାଆର ସନ୍ତାନ।
ଆମେ ବୁଦ୍ଧ ଗାନ୍ଧୀ ଶଙ୍କରାଚାର୍ୟଙ୍କ ସନ୍ତାନ
ନିଜେ ବିଷ ପିଇ ନୀଳକଣ୍ଠ ସାଜି
ଅମୃତ କରେ ପ୍ରଦାନ ,
ଆମେ ସେହି ଭାରତ ମାଆ ର ସନ୍ତାନ।
ଛାର କନା ଖଣ୍ଡେ ନମଣ ଏହାକୁ,
ଏହି ତ୍ରିରଙ୍ଗା ହେଉଛି
ମାଆର ସମ୍ମାନ
ଆଉ ଦେଶର ସ୍ୱାଭିମାନ
ବେକାର ନଯାଉ କେବେ
ସହିଦ ଭଗତ ସିଂଙ୍କ ବଳିଦାନ।
ଆମେ ସେଇ ଭାରତ ମାଟିର ସନ୍ତାନ।
ହେ ଅମୃତସ୍ୟ ପୁତ୍ରା,
ଏବେ କର ନିଜ ଚରିତ୍ରକୁ ମନ୍ଥନ , (୨ଥର)
ଭ୍ରଷ୍ଟାଚାର ମୁକ୍ତ ଭାରତ, ଆମ ସପନ
ସହିବୁନି କେବେ ଭାରତ ମାଆର ଅପମାନ
ଆମେ ସେହି ଭାରତ ମାଟିର ସନ୍ତାନ.2ଥର
=====================
=====ନବୋଦୟ ବିଦ୍ୟାଳୟ ଢେଙ୍କାନାଳ
